ବ୍ରହ୍ମପୁର,୨୨।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ପୋଲସରା ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ୨୩ତମ ପ୍ରତିଷ୍ଠା ଦିବସର କାଯ୍ୟପନ୍ଥା ସ୍ଥିର କରିବା ସହ ୫୦୦୦ରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେବା ନେଇ ସ୍ଥିର କରାଯାଇଥିଲା। ପୋଲସରା ବସଷ୍ଟାଣ୍ଡ ନିକଟରେ କାଯ୍ୟକ୍ରମ ପାଳନ ପାଇଁ ନିଷ୍ପତି ନିଆଯାଇଥିବା ବିଧାୟକ ସୂଚନା ଦେଇଛନ୍ତି।
















