Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

279
ADVERTISEMENT

ପାରଳାଖେମୁଣ୍ଡି,୨୧/୧୨,(ଡି.ଏଚ/ପ୍ରଭାତ କୁମାର ପାତ୍ର ): ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଚଳିତବର୍ଷ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡଃ:ଶାନ୍ତନୁ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାକୁ ଉଦଘାଟନ କରିଥିଲେ। ଉପସ୍ଥିତ ସମସ୍ତ ପ୍ରତିଯୋଗିଙ୍କୁ କ୍ରୀଡ଼ାର ଉପାଦେୟତା ବିଷୟରେ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷା ଡଃ : ରୀନା ସାହୁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କ୍ରୀଡ଼ା ଦାୟିତ୍ବରେ ଥିବା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟର PET ବିଜୟ ଲକ୍ଷ୍ମୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା କାର୍ଯ୍ୟ ସମ୍ପାଦିତ ହୋଇଥିଲା। କ୍ରୀଡ଼ା ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ କ୍ରୀଡ଼ାରେ ଲିନୁ ସୁବୁଦ୍ଧିଙ୍କୁ ଚମ୍ପିୟାନ ଘୋଷଣା କରାଯାଇଥିଲା। ମହିଳା ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କ୍ରୀଡ଼ା ଉତ୍ସବକୁ ସୁପରିଚାଳନା କରିଥିଲେ।

Advertisement