ସାନଖେମୁଣ୍ଡି,୨୧/୧୨,(ଡି.ଏଚ/ପ୍ରଫୁଲ୍ଲ ସାବତ) : ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ସାଵତ୍ରୀ ଦେବୀ ସର୍ବ ଶିକ୍ଷା ଅଭିଯାନରେ ସରକାରଙ୍କ ମାଗଣା ବହି ବିକ୍ରି କରୁଥିବା ବେଳେ ଶିକ୍ଷୟତ୍ରୀଙ୍କୁ କାବୁ କଲେ ଗ୍ରାମବାସୀ। ଆସୁଥିବା ବିଦ୍ୟାଳୟକୁ ବହିକୁ ଶିକ୍ଷୟତ୍ରୀ ପଇସା ନେଇ ବିକୁଥିବା ସହ ବଲକିବା ସବୁ ବହିକୁ ବିକୁଥିବା ଜଣାପଡିଛି। ପାଟପୁର ବଟେଶ୍ୱରୀ ଛକ ନିକଟରେ ବିକ୍ରି କରୁଥିବା ଶିକ୍ଷୟତ୍ରୀଙ୍କୁ ଘେରିଲେ ଗ୍ରାମବାସୀ। ସରକାର ମାଗଣା ବହି ଗୁଡିକ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରିବା ବଦଳରେ କିଭଳି ବହି ଗୁଡିକ ଶିକ୍ଷୟତ୍ରୀ ବିକ୍ରି କରୁଛନ୍ତି ତାହାକୁ ନେଇ ବିଦ୍ୟାଳୟ ପରିସରରେ ବର୍ତ୍ତମାନ ଚାଲିଛି ଉତେଜନା।ସାନଖେମୁଣ୍ଡି ବିଇଓ ମୁକୁନ୍ଦ ଚନ୍ଦ୍ର ପାଢ଼ୀ, ଏବିଇଓ କୈଳାସ ଚନ୍ଦ୍ର ପାଣିଗ୍ରାହୀ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଗ୍ରାମବାସୀ। ଏହା ହେଉଛି ସରକାରଙ୍କ5T ଯୋଜନାର ସୁଫଳ ପରିଣତ।















