Friday, September 25, 2026
ADVERTISEMENT
Home ଆଞ୍ଚଳିକ ସିଷ୍ଟେର ବୀଣାଙ୍କ ରୋପ୍ୟ ଜୁବୁଲି ପାଳନ

ସିଷ୍ଟେର ବୀଣାଙ୍କ ରୋପ୍ୟ ଜୁବୁଲି ପାଳନ

221
ADVERTISEMENT

ମୋହନା,୨୧/୧୨,(ଡି.ଏଚ/ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ ଚାନ୍ଦିପୁଟ ଧର୍ମାଚଂଳରେ ରହିଥିବା ସିଷ୍ଟେରସ ଅଫ ଚାରିଟି ସେଂଟ ଜୋନ ଅଫ୍ ଗଡ ଅନୁଷ୍ଠାନର ସିଷ୍ଟେର ବୀଣା ପ୍ରିୟୋକୋସ୍ କର୍ଣ୍ଣାଲମେଣ୍ଡେଇଙ୍କ ରୋପ୍ୟ ଜୁବୁଲି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସେ ୧୯୯୪ରେ ସିଷ୍ଟେରଭାବେ କେରଳରେ ଅଭିଷିକ୍ତ ହୋଇଥିଲେ । ସେ ସିଷ୍ଟେର ଭାବେ ୧୯ ଡିସେମ୍ବର ୨୦୧୯ରେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଉତ୍ସବକୁ ବିଭିନ୍ନ ଧର୍ମାଚଂଳର ଯାଜକ ପ୍ରଫୁଲ ନାୟକ, ଭୋଲେଥିନ ସିଂ, ମାଥୁ୍ୟ କେଲେଗାଲ, ଅଜିତ୍ କୁମାର ନାୟକ, ସଞ୍ଜୀବ ବୀର, ପୋଲ ମାଣିକେତନ, ଧୀରେନ ନାୟକ, ମାର୍ତିନ ଚିନ୍ତାମଣି, ଆଇସାକ, ବେବି, ରିବିୟାନ ଆସି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିଷ୍ଟେର ବୀଣାଙ୍କ ଶୁଭକାମନା କରି ଦିବ୍ୟଯଜ୍ଞ ଓ ପ୍ରାର୍ଥନା ଉତ୍ସର୍ଗ କରିଥିଲେ । ଫାଦେର ଦିନବନ୍ଧୁ ସଙ୍ଗୀତ ପରିବେଶଣ କରିଥିବା ବେଳେ କନଭେଂଟ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଷ୍ଟେର ବୀଣା ୨୦୧୧ରେ କେରଳକୁ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଖ୍ରୀଷ୍ଟିୟାନ ସାହିରେ କିଛି ବର୍ଷ ରହି ଅଚଂଳରେ ସେବା ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ତା ପରେ ହାଟପଦା ନିକଟରେ କନଭେନ୍ଟ ନିର୍ମାଣ କରି ପାଖରେ ଛାତ୍ରୀମାନଙ୍କୁ ରଖି ଶିକ୍ଷାଦାନ ଦେବା ସହ ଚିକିତ୍ସା ସେବା ଓ ସମାଜ ସେବା ଯୋଗାଇ ଆସୁଛନ୍ତି । ଚାନ୍ଦିପୁଟ ଧର୍ମାଚଂଳର ମୁଖ୍ୟ ଯାଜକ କବିରାଜ ବସ୍ତରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Advertisement