ବ୍ରହ୍ମପୁର,୨୧/୧୨,(ଡି.ଏଚ/ଇ.ରଞ୍ଜନ) : ବ୍ରହ୍ମପୁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଅଧିବକ୍ତା ଜିତେନ୍ଦ୍ର କୁମାର ପଟ୍ଟନାୟକଙ୍କ ୭୭ ବର୍ଷ ବୟସରେ ତାଙ୍କ ରାମହରି ନଗର ସ୍ଥିତ ବାସ ଭବନରେ ଗତ ୧୮ମଙ୍ଗଳବାର ଦିନ ତାଙ୍କ ଦେହାନ୍ତ ହୋଇଥିଲା ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାର ଠାରେ ହୋଇଯାଇଛି । ତାଙ୍କ ଦେହାନ୍ତରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ପଟ୍ଟନାୟକ ବ୍ରହ୍ମପୁର ପୌରପାଳିକା ଦ୍ବାରା ପରିଚାଳିତ ବିଭିନ୍ନ ହାଇସ୍କୁଲରେ ଶିକ୍ଷକତା କରି ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣକରିଥିଲେ। ଅବସର ପରେ ଆଇନ ସେବାକୁ ସେ ପେଶା ରୁପେ ଗ୍ରହଣ କରି ନେଇଥିଲେ। ସେ ସର୍ବଦା ଅସହାୟ ଗରୀବଲୋକଙ୍କୁ ମାଗଣାରେ ଆଇନ ସହାୟତା ଦେବାପାଇଁ ସର୍ବଦା ତତ୍ପରଥିଲେ ସେ ଅନୁଷ୍ଠାନର ଆଇନ ପରାମର୍ଶ ଦାତା ରହି ବହୁ ପରାମର୍ଶ ପ୍ରଦାନ କରିଛନ୍ତି। ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ, ଉପଦେଷ୍ଟା ପ୍ରଫେସର ଡ ବ୍ରଜମୋହନ ଶାସମଲ ,ଉପସଭାପତି ଗୋପାଳକୃଷ୍ଣ ପାଢ଼ୀ, ସାଧାରଣ ସଂପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀଙ୍କ ସମେତ ବିଚିତ୍ରାନନ୍ଦ ବେବର୍ତ୍ତା, ହାଡିବନ୍ଧୁ ମାଳି, ଚିତ୍ତ ରଂଜନ ପଣ୍ଡା,ଶ୍ରୀମତୀ ସ୍ବର୍ଣପ୍ରଭା ମିଶ୍ର,ଡ.ସରୋଜକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।















