କବିସୂର୍ଯ୍ୟନଗର,୨୧/୧୨,(ଡି.ଏଚ ) : କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନପାଲି ଗ୍ରାମରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଦୁଇ ପ୍ରେମୀ ଯୁଗଳ ଗୋଟିଏ ରସିରେ ଫାଶି ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିଛି ବାଉଁସିଆ ପଞ୍ଚାୟତର ସୁନାପଲି ଗ୍ରାମରେ। ମୃତ୍ୟୁ ପ୍ରେମୀ ଯୁଗଳ ହେଲେ ସେହି ଗ୍ରାମର ଝୁନା ନାହାକଙ୍କ ବୁଜ୍ଞାନୀ ନାହାକ(୧୫), ପିତାମ୍ବର ନାହାକଙ୍କ ପୁଅ କୈଳାସ ନାହାକ(୧୯) ବୋଲି ଜଣାଯାଇଛି। ଗାଁ ଲୋକଙ୍କ କହିବା ଅନୁସାରେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ କିନ୍ତୁ ଘର ଲୋକ ଏଥିରେ ବିରୋଧ କରିବାକୁ ଏଭଳି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ସୃଷ୍ଟି ହେଉଛି। ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶୁଣିବାକୁ ମିଳିଥିଲା ଯେ ମହିଳା ଜଣକ ୩ମାସର ଗର୍ଭବତୀ ଥିଲେ, ଏହା ଶୁଣିବା ପରେ ମହିଳାଙ୍କ ବାପା ନ୍ୟାୟ ପାଇବା ନିମନ୍ତେ ସମସ୍ତ ଚେଷ୍ଟା କରି ବିଫଳ ହୋଇଥିଲେ।















