Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ସ୍ତରୀୟ ଦୈାଡକୁଦ ଚୟନ ପ୍ରତିଯୋଗିତା

ଗଜପତି ଜିଲ୍ଲା ସ୍ତରୀୟ ଦୈାଡକୁଦ ଚୟନ ପ୍ରତିଯୋଗିତା

270
ADVERTISEMENT

ପାରଳାଖେମୁଣ୍ଡି ,୨୧/୧୨,(ଡି.ଏଚ/ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଦୈାଡକୁଦ ଚୟନ ପ୍ରତିଯୋଗିତା ୨୦୧୯-୨୦ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଯୋଗଦେଇ କୈାଣସି ଖେଳ ପ୍ରତି ଶୃଙ୍ଖଳିତ ଓ ନିଷ୍ଠାର ସହ ନିୟମିତ ଭାବେ ଅଭ୍ୟାସ କଲେ ଶରୀର ସୁସ୍ଥ ରହିବା ସହ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସହଜସାଧ୍ୟ ହୋଇ ପାରିବ ବୋଲି କହିଥିଲେ। ଅନ୍ୟ ଅତିଥିମାନେ ହେଲେ ମହାରାଜା ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ: ବୃଷକେତ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଯୋଗଦେଇ ଥିଲେ। ପରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଅନୁପମ ଶାହା କ୍ରୀଡା ପତକା ଉତ୍ତୋଳନ କରିବା ସହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତକ ଭାବେ ଘୋଷଣା କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ୭ ଗୋଟି ବ୍ଲକର ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତା ଗୁଡିକ ମଧ୍ୟରେ ୧୦୦,୨୦୦,୪୦୦,ରୁ ୩୦୦୦ ମିଟର ଦୈାଡ ସମେତ ଉଚ୍ଚ ଓ ଲମ୍ବ ଡାଆ, ସଡ-ପୁଡ, ଡିସକସ ଫିଙ୍ଗା ପ୍ରଭୃତି ବିଭାଗରେ ଅଣ୍ଡର -୧୪,୧୬,୧୮,୨୦ ଏବଂ ମହିଳା ଓ ପୁରୁଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଯୋଗ୍ୟତା ଭିତ୍ତିରେ ଯେଉଁ ଖେଳାଳି ଭଲ ସ୍ଥାନ ରଖିବେ ସେହି ଖେଳାଳି ମାନେ ଆସନ୍ତା ୨୮ରୁ୩୦ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ କହିଛନ୍ତି। ଏହି ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Advertisement