ବ୍ରହ୍ମପୁର,୨୧/୧୨,(ଡି.ଏଚ/ହିମାଂଶୁ ପାଢୀ) :ଗଞ୍ଜାମ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ସିସିଟିଏନଏସ୍ ଓ ବିଟ୍ ଭିଜିଟ୍ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଲାଗି ଆଜି ପୋଲିସ କର୍ମଚାରୀ ମାନଙ୍କୁ ଏକ ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ସମ୍ୱର୍ଦ୍ଧିତ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଏସପି ବ୍ରିଜେଶ୍ କୁମାର ରାଏ ଯୋଗ ଦେଇ ଜିଲ୍ଲାର 11ଟି ବିଭିନ୍ନ ଥାନାର ପୋଲିସ କର୍ମଚାରୀମାନଙ୍କୁ ସିସିଏନଟିଏନଏସ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ତାଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଛି । ସେହିଭଳି ରାଜ୍ୟ ସରକାରଙ୍କ 5ଟି ଓ ମୋ ସରକାର କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଜନ ସାଧାରଣଙ୍କ ନିକଟତର ହେବା ସହ ସେମାନଙ୍କ ସମସ୍ୟା ସହ ସୁଖ ଦୁଃଖେ ସାମିଲ ହୋଇପାରିଛନ୍ତି । ଏଥିପାଇଁ ଜିଲ୍ଲାର 7 ଜଣ ପୋଲିସ କର୍ମଚାରୀଙ୍କୁ ବିଟ୍ ଭିଜିଟ୍ ପାଇଁ ପୁରସ୍କୃତ କରାଯିବା ସହ ସମ୍ୱର୍ଦ୍ଧିତ କରାଯାଇଛି । ଏଥିରେ ଅତିରିକ୍ତ ଏସପି ପତିତ ପାବନ ଚୌଧୂରୀ ଓ ଠାକୁର ପ୍ରସାଦ ପାତ୍ର, ଡିଏସି ( ହେଡକ୍ୱାଟର) ଉତ୍କଳ କେଶରୀ ଦାଶ, ଡିଏସି(ଡିଆଇବି)ଅଜୟ କୁମାର ମିଶ୍ର,ଡିଏସପି ଏସ. ପ୍ରଧାନ , ଛତ୍ରପୁର ଏସଡିପିଓ ଗୌତମ କିଷାନ, ଗଞ୍ଜାମ ରିଜର୍ଭ ଇନସପେକ୍ଟର ଗଙ୍ଗାଧର ଧାଙ୍ଗରଙ୍କ ସମେତ ସମସ୍ତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏଭଳି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଦ୍ୱାରା ପୋଲିସ କର୍ମଚାରୀଙ୍କ ମନବୋଳ ବୃଦ୍ଧି ହେବା ସାଙ୍ଗକୁ ଜନ ସାଧାରଣଙ୍କୁ ଅଧିକାରୁ ଅଧିକା ଉତ୍ତମ ସେବା ଯୋଗାଇବା ପାଇଁ ପ୍ରେରଣା ଯୋଗାଇବ ବୋଲି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଏହି ଅବସରରେ ମତ ପ୍ରକାଶ କରିଛନ୍ତି ।















