Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମର୍ଦ୍ଦକୋଟ ପଞ୍ଚାୟତରେ “ମୋ ନିବେଦନ”ଓ “ମୋ ଗାଁ ରେ ତହସିଲ” କାର୍ଯକ୍ରମ ଅନୁଷ୍ଠିତ

ମର୍ଦ୍ଦକୋଟ ପଞ୍ଚାୟତରେ “ମୋ ନିବେଦନ”ଓ “ମୋ ଗାଁ ରେ ତହସିଲ” କାର୍ଯକ୍ରମ ଅନୁଷ୍ଠିତ

257
ADVERTISEMENT

କୋଦଳା,୨୦।୧୨(ଡି.ଏଚ/ହିମାଂଶୁ ପାଢି) : ଗ୍ରାମାଞ୍ଚଳରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମାଧାନ ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ଦଳ ଗତ ନିର୍ବିଶେଷରେ ସମସ୍ତ ଜନ ସାଧାରଣ ଏହାର ସୁବିଧା ପାଇବା ନିମନ୍ତେ ଏହି ପ୍ରୟାସ ୲ ସେହିପରି ଗଞ୍ଜାମ ଜିଲ୍ଳା ରେ ଗ୍ରାମଞ୍ଚଳ ମାନଙ୍କରେ ଉପୁଜିଥିବା ବିଭିନ୍ନ ଜମିଜମା ସମସ୍ୟା ,ପଟ୍ଟା ବଣ୍ଟନ , ସୀମା ନିର୍ଦ୍ଦାରଣ , ଗ୍ରାମ କଣ୍ଟ , ଓଡିଶା ଭୂ ସଂସ୍କାର ଆଇନ ଧାରା b(କ )ଅନ୍ତର୍ଗତ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ପରିବର୍ତ୍ତନ ପାଇଁ ଆଉ ଖର୍ଚ୲ନ୍ତ ନ ହୋଇ ତହସିଲ ନ ଦଉଡି ନିଜ ହାତ ପାହାନ୍ତାରେ ସେ ସବୁ ସୁବିଧା ପାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଏହି ଅଭିନବ ପ୍ରୟାସ ୲ ତାହାଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତରେ ଶୁକ୍ରବାର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି “ମୋ ନିବେଦନ”ଓ”ମୋ ଗାଁ ରେ ତହସିଲ” ମିଳିତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ୲ ଏହାକୁ ଆନୁଷ୍ଠାନିକ ଭାବେ ବିଡିଓ ପ୍ରଦୀପ କୁମାର ପଣ୍ଡା ଉଦଘାଟନ କରି ପ୍ରଦୀପ ପ୍ରଜ୍ଵଳନ କରି ଏହାର କାର୍ଯକାରୀତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ୲ ଏହି କାର୍ଯକ୍ରମର ସୁଯୋଗ ନେଇ କିଛି ମଧ୍ୟସ୍ତି ଟାଉଟର ମୁଁ କରିଦେବି କହି ଲୋକଙ୍କୁ କହୁଥିବା ଜାଣିବାକୁ ମିଳିଛି ୲ ସମସ୍ତଙ୍କୁ ଅନୁରୋଧ କୌଣଷି ମଧ୍ୟସ୍ତିର ସହଯୋଗ ନ ନେଇ ସିଧାସଳଖ ଆମ୍ଭ ପାଖରେ ପହଞ୍ଚନ୍ତୁ ଆମେ ତାହାର ସମାଧାନ କରିବାକୁ ଚେଷ୍ଟା କରିବୁ ୲ ଏହି କାର୍ଯକ୍ରମରେ ,ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ , ସରପଞ୍ଚ ସାଗରିକା ନାୟକ , ସମିତି ସଭ୍ୟା ମାନସୀ ପୋଲେଈ ,ନାୟବ ସରପଞ୍ଚ , ପୁନି ତାରିଣୀ , ଯୋଗାଣ ଅଧିକ୍ଷ୍ଯକ ଶରତ ଚନ୍ଦ୍ର ବେହେରା ,ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ , ଅତିରିକ୍ତ ମସ୍ଚ୍ୟଅଧିକାରୀ ଦୁତିକ୍ରୁଷ୍ଣ ମହାରଣା ,ବିଏସଏସଓ ସୁନିଲ କୁମାର ମିଶ୍ର , ଏଏଓ ପ୍ରକାଶ ଚନ୍ଦ୍ର ବେହେରା , ପଞ୍ଚାୟତ ନିର୍ବାହୀ ଅଧିକାରୀ ମୂଷା ଶବର , କୋଦଳା ରାଜସ୍ଵ ପରିଦର୍ଶକ ମିନ କେତନ ଶବର ,ଅଙ୍ଗାର ଗାଁ ସରପଞ୍ଚ ସରୋଜ କୁମାର ସାହୁ , ବୂରୂଝୂରି ସମିତି ସଭ୍ୟ ବିନାୟକ ନାୟକ , ସମାଜସେବୀ ଦୀପ୍ତି ପ୍ରକାଶ ନାୟକ ,କେ.କ୍ରୁଷ୍ଣ ପାତ୍ର , ସଦାଶିବ ସ୍ଵାଇଁ , କବିରାଜ ସ୍ଵାଇଁ , ସ୍ଥାନୀୟ ଆରଆଇ ,ସ୍ଵାସ୍ଥ୍ୟକର୍ମୀ , ସମସ୍ତ ଓ୍ଵାର୍ଡ ସଭ୍ୟଙ୍କ ସମେତ , କୃଷି ବିଭାଗ,ଅଗ୍ନୀଶମ ବିଭାଗ ,ପୋଲିସ , ସ୍ଵାସ୍ଥ୍ୟ ବିଭାଗ ଉଦ୍ୟାନ ବିଭାଗ ସମେତ ବ୍ଲକ ଓ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ୲ ଉକ୍ତ ପଞ୍ଚାୟତ ରେ “ମୋ ନିବେଦନ” ପାଇଁ 262 ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ସାଧାରଣତଃ ରେସନ କାର୍ଡ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ , ସ୍ଥାୟୀ ଜମିପଟ୍ଟା,କାଳିଆ ଯୋଜନା ଆଦି ଉପରେ ଅଭିଯୋଗ ହୋଇ ଥିଲା lସେହିପରି “ମୋ ଗାଁ ରେ ତହସିଲ” ରେ ବିଭିନ୍ନ ବିଭାଗ ପାଇଁ 129ଟି ଆବେଦନ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି ୲

Advertisement