କୋଦଳା ,୨୦।୧୨( ଡି.ଏଚ/ହିମାଂଶୁପାଢ଼ି ) : ଶୁକ୍ରବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଡେରାସାହି ଓ ରେଞ୍ଜରବଙ୍ଗଳା ଅଙ୍ଗନଵାଡୀ କେନ୍ଦ୍ର ପରିସର ରେ ଅଙ୍ଗନଵାଡୀ କର୍ମୀ ସବିତା କୁମାରୀ ପାଢୀ , କୁସୁମ କୁମାରୀ ମିଶ୍ରଙ୍କ ଉପସ୍ଥିତିରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯକ୍ରମ (ଆରବିଏସକେ )ଟିମର ଡ଼ଃ ଜୟଦେବ ନାୟକଙ୍କ ତତ୍ଵାବଧାନରେ ଡ଼ଃ ମୈତ୍ରୀ ସଂଘମିତ୍ରା ଉପସ୍ଥିତ ରହି ଜନ୍ମରୁ ୬ ବର୍ଷର ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କ ଓଜନ କରି ଦେଖିଥିଲେ । ସ୍ଵାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକୀୟ ମାଗଣା ଔଷଧ ଶିଶୁ ମାନଙ୍କୁ ପ୍ରଦାନ କରିଥିଲେ ୲ ଉକ୍ତ ପରୀକ୍ଷା ପରେ ଶିଶୁଙ୍କ ଜନ୍ମଗତ ତ୍ରୁଟି,ଅଭାବ ଜନିତ ସମସ୍ୟା ଜନ୍ମଗତ ଓ ବୟସ୲ଗତ ତ୍ରୁଟି ଆଦିର ଚି଼ହ୍ନଟ ଓ ତାହାର ଚିକିତ୍ସା ମାଗଣାରେ ହୁଏ ବୋଲି ଡାକ୍ତର ପ୍ରକାଶ କରିଥିଲେ ।ଏଥିରେ ସହାୟିକା ସବିତା ସାହୁ ,ପ୍ରଭାସିନି ସାହୁ , ଶିଶୁଙ୍କ ମାଁ ବାପା ଉପସ୍ଥିତ ଥିଲେ ୲ଏହି ଶିବିରରେ ଶହେ ରୁ ଉର୍ଦ୍ଧ୍ଵ ଶିଶୁଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି ୲















