Monday, November 23, 2026
ADVERTISEMENT
Home ଆଞ୍ଚଳିକ ସାଙ୍କୁଡାରେ ମହାମହିମ ରାଜ୍ୟପାଳ

ସାଙ୍କୁଡାରେ ମହାମହିମ ରାଜ୍ୟପାଳ

407
ADVERTISEMENT

କୋଦଳା,୨୦।୧୨(ଡି.ଏଚ/ହିମାଂଶୁ ପାଢି) : କୋଦଳାର ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ସମାରୋହ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି ୲ ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହା ମହୀମ ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ୍ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ l କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମହାମହିମ ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ପ୍ରତ୍ୟେକ ନାରୀ ହେଉଛନ୍ତି ଜଣେ ଜଣେ ଭାରତ ମାତା ୲ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମହାନ୍ ବ୍ୟକ୍ତିତ୍ୱ ଜଗନ୍ନାଥ ସଂସ୍କୃତିକୁ ପାଥେୟ କରିଛନ୍ତି l ଜଗନ୍ନାଥ ଙ୍କର ଆଖି ଯେପରି ସୁନ୍ଦର ସେହିପରି ତାଙ୍କ ଓଠରେ ଥିବା ହସ ଆହୁରି ମନଲୋଭl ବୋଲି ସେ ପ୍ରକାଶ କରିବା ସହ ଫୁଲର ସଜ୍ଞାକୁ ଅତି ସୁନ୍ଦର ଭାବେ ପରି ପ୍ରକାଶ କରିଥିଲେ l ଓଡ଼ିଶାରେ ଏପରି ଠାକୁର ଆମ ପାଇଁ ଗର୍ବ ବୋଲି ସେ ପ୍ରକାଶ କରିଥିଲେ l ସେଇଥିପାଇଁ ଏ ଦେଶର ନାରୀକୁ ଭlରତ ମାତାର ସମ୍ମାନ ଦିଅନ୍ତି l ଚାରି ବେଦ ଉପରେ ସେ ଉଦାହରଣ ଦେଇ ଧର୍ମ ଉପରେ ବଳିଷ୍ଠ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅନୁଷ୍ଠାନର ଶତ ବାର୍ଷିକୀ ପାଇଁ ସେ ତାଙ୍କର ଶ୍ରଦ୍ଧା ଓ ଶୁଭେଚ୍ଛା ଜଣାଇଥିଲେ l ଅନ୍ୟତମ ଅତିଥି ଭାବେ ଓଡିଶାର ମାନ୍ୟବର ପଞ୍ଚାୟତିରାଜ/ପାନୀୟଜଳ , ଆଇନ , ଗ୍ରୁହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଶିଶୁ ପାଇଁ ଶିକ୍ଷାର ଆବଶ୍ୟକତା ଓ ସଂସ୍କାରର ଆବଶ୍ୟକତା ରହିଛି ବୋଲି କହିବା ସହ ଏହି ବିଦ୍ୟାଳୟ ଦୀର୍ଘ ଶହେ ବର୍ଷ ଯାତ୍ରାରେ ଅନେକ୍ ବାଧାବିଘ୍ନ ଦେଇ ଗତି କରିବା ସହ ଆଜି ଏହି ଉନ୍ମତ ସ୍ତରରେ ପହଂଚି ପାରିଛି ବୋଲି ପ୍ରକାଶ କରିଥିଲେ l କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ତାଙ୍କ ବକ୍ତବ୍ୟରେ ଏହି ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଜନସାଧାରଣ ଅଗ୍ରସର ହେବା ସହ ପିଲା ଶୈକ୍ଷିକ ବିକାଶ ପାଇଁ ସମସ୍ତେ ଆଗଭର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ l ଏହା ସହିତ ଏହି ବିଦ୍ୟାଳୟ ଦୀର୍ଘ ଶହେ ବର୍ଷ ପୂରଣ କରିଥିବା ଯୋଗୁଁ ଓ ଏ ପ୍ରକାର ଉତ୍ସବ ପାଳନ କରୁଥିବା ଯୋଗୁଁ ସେ ସାଧୁବାଦ ଜଣାଇବା ସହ ଶିକ୍ଷା ପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କଥା ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଶୋଇ ଯୋଗ ଦେଇ ନାରୀଜାତିର ସଶକ୍ତି କରଣ ପାଇଁ ନାରୀ ଶିକ୍ଷା ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ l ଦେବେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ପାତ୍ର ବିବରଣୀ ପାଠ କରିବା ସହ ପରିଚାଳନା କମିଟି ଅଧ୍ୟକ୍ଷ ଦିଲ୍ଲୀପ କୁମାର ମୁଦ୍ରା ସାମଗ୍ରିକ ବକ୍ତବ୍ୟ ପ୍ରଦାନ କରିଥିଲେ l ପୁରାତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ସୁନାମ ଅର୍ଜନ କରିଥିବା ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ବଳରାମ ସ୍ଵାଇଁ, ପୁରୁଷୋତ୍ତମ ସ୍ଵାଇଁ ପ୍ରମୁଖ ରାଜ୍ୟପାଳଙ୍କ ଦ୍ଵାରା ସମ୍ମାନିତ ହୋଇଥିବା ବେଳେ ପୁରାତନ ଛାତ୍ରୀ ବିଜୟାଲକ୍ଷ୍ମୀ ନନ୍ଦ ଙ୍କ ପାଇଁ ତାଙ୍କ ଅଭିଭାବକ ଧବଳେଶ୍ୱର ପ୍ରସାଦ ନନ୍ଦ ଏହି ସମ୍ମାନ ଗ୍ରହଣ କରିଥିଲେ l ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ, ବୁଦ୍ଧିଜୀବୀ, ପୁରାତନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ, ପଞ୍ଚାୟତ ପ୍ରତିନିଧି, ଛାତ୍ରଛାତ୍ରୀ, ଗଞ୍ଜlମ୍ ଜିଲ୍ଲା ଆଂଚଳିକ ସାଧନା କେନ୍ଦ୍ର ସଂଯୋଜକ କର୍ମକର୍ତ୍ତା, ଶିକ୍ଷାବିତ୍ ଙ୍କ ସମେତ ଅଞ୍ଚଳ ବାସୀ ଯୋଗ ଦେଇଥିଲେ l

Advertisement