Monday, November 23, 2026
ADVERTISEMENT
Home ଆଞ୍ଚଳିକ ମନ୍ତ୍ରୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯକ୍ରମ 

ମନ୍ତ୍ରୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯକ୍ରମ 

248
ADVERTISEMENT

କୋଦଳା୨୦।୧୨(ଡି.ଏଚ/ହିମାଂଶୁ ପାଢି) :ଗୁରୁବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଆଠଗୋଟି ଉନ୍ନୟନ କାର୍ଯର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯକ୍ରମ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ, ଆଇନ , ଗ୍ରୁହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି ୲ ଏନଏସି କର୍ମକର୍ତ୍ତା ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହିତ ଉତ୍ତରୀୟ ପ୍ରଦାନ କରିଥିଲେ ୲ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନଙ୍କ  ଉଦ୍ୟମ ଓ ପ୍ରଚେଷ୍ଟାରେ ଆସିକା ସାଂସଦ ପ୍ରମିଳା ବିଶୋଇ , ଏନଏସି ପ୍ରଶାସକ ସମ୍ବିତ କୁମାର ରାଉତ ଓ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀ ନିର୍ମାଣ ହେବାକୁ ଥିବା ଆଠଗୋଟି କାର୍ଯ୍ ର  ଶିଳାନ୍ୟାସ ଏନଏସିକାର୍ଯାଳୟ ନିକଟରେ ଶିଳାନ୍ୟାସ କରିଥିବା ବେଳେ 16ଲକ୍ଷ୍ୟ ଟଙ୍କା ଅଟକଳ ମୂଲ୍ୟ ରେ ନିର୍ମିତ ହୋଇଥିବା ଫେବର ରୋଡ଼ କୁ ଉଦଘାଟନ କରିଥିଲେ ୲ପରେ ପରେ କୋଦଳା ଅଞ୍ଚଳ ର ଆରାଧ୍ୟ ଦେବତା ବାବା ଦଣ୍ଡୀଶ୍ଵର ମହାଦେବଙ୍କ ଦର୍ଶନ କରି ଆଷିର୍ବାଫ ଲାଭ କରିଥିଲେ ୲  ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ , ସମାଜସେବୀ , ସ୍ଵୟଂ ସହାୟକ ଗୋଷ୍ଠୀ , ଷିକ୍ଷ୍ଯାବିତ ପ୍ରମୁଖ ଉପସ୍ଥିତ ଥିଲେ ୲

Advertisement