Monday, November 23, 2026
ADVERTISEMENT
Home ଆଞ୍ଚଳିକ ଡିଇଓଙ୍କ ଅଫିସ ସମୁଖରେ ପାଚିକାଙ୍କ ଧାରଣା

ଡିଇଓଙ୍କ ଅଫିସ ସମୁଖରେ ପାଚିକାଙ୍କ ଧାରଣା

246
ADVERTISEMENT

ବ୍ରହ୍ମପୁର:୧୯/୧୨,(ଡି.ଏଚ/ସଞ୍ଜୟ ବିଶ୍ୱାଳ ) : ଆସ୍କା ରୋଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟଳୟର ଦୁଇ ଜଣ ପାଚିକା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମୁଖରେ ଧାରଣାରେ ବସିଛନ୍ତି । ପାଚିକା ଦ୍ଵୟଙ୍କ ନାମ ହେଉଛି ଗୀତା ନାୟକ ଓ କୁନି ସାହୁ । ସେମାନଙ୍କ କହିବା ଅନୁଯାୟୀ ମଧ୍ଯନ୍ନ ଭୋଜନ କାମ ସହିତ ପିଅନ, ମାଳି,ଝାଡୁଦାର ସମସ୍ତ କାର୍ଯ୍ୟ ଉପରିସ୍ଥ ଅଧିକାରୀଙ୍କ କହିବା ଅନୁସାରେ କରି ଆସୁଅଛୁ । କିନ୍ତୁ ଯେତେବେଳେ ଉପରିସ୍ଥ ଅଧିକାରୀଙ୍କ ନିଜସ୍ୱ କାମ କରିବା ପାଇଁ କହିଲେ ତାହା ପ୍ରତିବାଦ କରିବାରୁ ସେ ବିଭିନ୍ନ ଆଳ ଦେଖାଇ ଆମର କାର୍ଯ୍ୟକୁ ବିନା ନୋଟିସ୍ ରେ ବନ୍ଦ କରିଦେଇଛନ୍ତି । ଏହି ଅନ୍ୟାୟ ବିରୁଦ୍ଧରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରତିକାର ଆଜି ସୁଦ୍ଧା ହୋଇ ନଥିବାରୁ ଏଠାରେ ଧାରଣା ଦେଇଚୁ , ଆମ ସମସ୍ୟାର ସମାଧାନ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏହି ଧାରଣା ଚାଲୁ ରହିବ ।

Advertisement