Monday, November 23, 2026
ADVERTISEMENT
Home ଆଞ୍ଚଳିକ ଶଶୀଭୂଷଣରଥ ସ୍ୱୟଂଚାଳିତ ମହିଳା ମହାବିଦ୍ୟାଳୟରେ ସାରଳା ବିଶ୍ୱ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ଶଶୀଭୂଷଣରଥ ସ୍ୱୟଂଚାଳିତ ମହିଳା ମହାବିଦ୍ୟାଳୟରେ ସାରଳା ବିଶ୍ୱ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

260
ADVERTISEMENT

ବ୍ରହ୍ମପୁର:୧୯/୧୨,(ଡି.ଏଚ/ସଞ୍ଜୟ ବିଶ୍ୱାଳ) :ବ୍ରହ୍ମପୁର ଶଶୀଭୂଷଣ ରଥ ସ୍ୱୟଂଚାଳିତ ମହିଳା ମହାବିଦ୍ୟାଳୟ ପରିଷରରେ ଦିନିକିଆ ସାରଳା ବିଶ୍ୱ ସାହିତ୍ୟ ସମ୍ମିଳନୀ ଏମ.ବି.ସି ଟିଭି ତରଫରୁ ଆୟୋଜନ ହଇଥିଲା lଏହି କାର୍ଯ୍ୟକ୍ରମରେ ଚର୍ଚ୍ଚାର ପ୍ରମୁଖ ବିଷୟ ସାରଳା ଦାଶ ଓଡ଼ିଆ ଭାଷାର ସୃଷ୍ଟିକର୍ତ୍ତା ଥିଲେ କିନ୍ତୁ ଆମ ଓଡିଶା ରାଜ୍ୟରେ ଓଡ଼ିଆ ଭାଷା ହଇଛି ଅବହେଳିତ ତେବେ ଓଡ଼ିଆ ଜାତିର ଉର୍ନ୍ନତି ଓ ପ୍ରସାର ପ୍ରଚାର ସହିତ ଆମ ମାତୃଭାଷା ଭାଷାକୁ ବିଶ୍ୱ ସ୍ତରରେ ଲୋକାଭିମୁଖି କରିବା ନିମନ୍ତେ ଏହି ସମ୍ମିଳନୀ ଅନୁଷ୍ଠିତ ହଇଥିଲା l ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନକୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଏମ.ବି.ସି ଟିଭି ମୁଖ୍ୟ ସମ୍ପାଦକ ପଣ୍ଡିତ ବିଶ୍ୱନାଥ ଶତପଥି ଏବଂ ଆଞ୍ଚଳିକ ଶିକ୍ଷାନିର୍ଦୋଷକ ଲକ୍ଷ୍ମୀଧର ତ୍ରିପାଠୀ, ଡା ଶର୍ମିଷ୍ଠା ମହା ପାତ୍ର ଅଜିତ ଦାଶ, ସଭାପତି କାନହୁ ଚରଣ ପାଢୀ, ଉପସ୍ଥିତ ଥିବା ବେଳେ l ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ସଂମ୍ମାନିତ ଅତିଥି ଭାବେ ସୁବାଷ ମହାରଣା ସଭାପତି ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡା. କୈଳାଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଥିଲେ l ଶେଷ ରେ ଅଧ୍ୟାପିକା ଭାରତୀବାଳl ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଗଞ୍ଜାମ ଜିଲ୍ଲାର 36 ଟି କଲେଜର 346ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ସାରଳା ଦାସ ଲେଖନୀ ଭାଷା ଓ ସଂସ୍କୃତି ଭୁଝିବା ସହ ବିଭିନ୍ନ ପ୍ରକାର ସଂସ୍କୃତିର ଲୁଚିରହିଥିବା କଳାକୁ ପ୍ରଦର୍ଶନ କରିଥିଲେ l

Advertisement