କୁକୁଡାଖଣ୍ଡି,୧୯/୧୨,(ଡି.ଏଚ/ଇ.ରଞ୍ଜନ ) : ମୁଖ୍ୟମନ୍ତୀଙ୍କୁ ଚିଠିଲେଖିଲେ କୁକୁଡାଖଣ୍ଡି ସରପଞ ସଂଘର କର୍ମକର୍ତ୍ତା । ରାଜ୍ୟସରକାର ୫ଟି ଲାଗୁ କଲେ ଏବେ ସରପଞ୍ଚ ମାନଙ୍କ ଦରମା ବଢାଅ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।ଏନେଇ ଚିଠିର ନକଲ ବାଚସ୍ପତି,ପଞାୟତରାଜ ମନ୍ତୀ ,ଗୋପାଳପୁର ବିଧାୟକକୁଂ ପ୍ରଦାନ କରିଛନ୍ତି।ରାଜ୍ୟସରକାରକଂ ୫ଟି ଯୋଜନାକୁ ସ୍ବାଗତକରିବାସହ ୫ଟିର ସଦୁପଯୋଗ କରୁଛନ୍ତି କିନ୍ତୁ ୫ଟି ଓ ମୋସରକାରରେ କିଛି ତ୍ରୁଟି ରହିଛି ଯାହା କି ବିନା କାରଣ ଦର୍ଶାଓ ନୋଟିସ ନଦେଇ ନିଲମ୍ବନ କରିବା ଫଳରେ ସେମାନକଂ ମଯ୍ୟଦାରେ ଆଞ୍ଚ ଆସୁଛି।୫ଟି ଆଇନ ସଂଶୋଧନ କରିବାକୁ ମଧ୍ୟ ଦାବି କରିଛନ୍ତି । ରାଜ୍ୟସରକାର ମାସିକ ପାରିଶ୍ରମିକ ବାବାଦକୁ ୧୮୦୦ ଟକାଂ ଦେଉଥିବା ବେଳେ ବୈଠକ ବାବଦକୁ ୨୪୦ ଟକାଂ ଦେଉଛନ୍ତି କିନ୍ତୁ ପାରିଶ୍ରିମକ ୩ହଜାର କରିବାକୁ ସଂଘ ଦାବି କରିଛି । ନିକଟରେ ବନ୍ଥପଲ୍ଲୀ ସରପଞ୍ଚ ନିମାଣ ଶ୍ରମିକ ବାବାଦକୁ ଘର ନେଇଥିବା ଅଭିଯୋଗ ହୋଇଥିଲା କିନ୍ତୁ ପ୍ରଶାସନର ସହଯୋଗରେ ମିଳିମିଶି ଚାପିଦେଲେ । ଅନ୍ୟପକ୍ଷେ ବ୍ଲକର ଅନ୍ୟଜଣେ ସରପଞ୍ଚ ନିଜ ମା ଓ ଭାଇ ନାମରେ ମଧ୍ୟ ଇନ୍ଦିରା ଆବାସ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ କେତେ ସରପଞ ସମସ୍ତକଂ ଆଥିକ ଅବସ୍ତା ସ୍ବଛଳନାହିଁ ସେମାନେ ନେଲେ କିଛି ଅସୁବିଧା ନାହିଁ ଏବଂ କୌଣସି ଗାଇଡଲାଇନରେ ନାହିଁ ସରପଞ୍ଚ ମାନେ ସରକାରୀ ଘର ନେବାର । ଅନ୍ୟପକ୍ଷେ ଦିଗପହଣ୍ଡିର ଜଣେ ସରପଞ୍ଚଙ୍କୁ ଆଥିକ ହେରେଫେର ନିମନ୍ତେ ୫ଟି ଦ୍ବାରା ରାଜ୍ୟସରକାର ନିଲମ୍ବିତ କରିଥିଲେ।ସରପଞ୍ଚମାନେ ବିଭିନ୍ନ ଦୁର୍ନୀତିରେ ଲିପ୍ତରହୁଥିହା ବେଳେ ୫ଟି ଛାଟରୁ ବଂଚିବା ପାଇଁ ପାରିଶ୍ରିମିକ ବୃଦ୍ଧି ଦାବି କରୁଥିବା ବରିଷ୍ଟ ବିଜେପିନେତା ଶ୍ରୀକାନ୍ତ ପାଢୀ ଅଭିଯୋଗ କରିଛନ୍ତି।















