Monday, November 23, 2026
ADVERTISEMENT
Home ଆଞ୍ଚଳିକ ସି.ସି.ଏ, ଏନ.ଆର.ସି ଦଳ ପକ୍ଷରୁ ନାଗରିକ ସଂଶୋଧନ ୨0୧୯ ଆଇନ ପ୍ରତ୍ୟାହର ଦାବିରେ ଗଣପ୍ରତିବାଦ

ସି.ସି.ଏ, ଏନ.ଆର.ସି ଦଳ ପକ୍ଷରୁ ନାଗରିକ ସଂଶୋଧନ ୨0୧୯ ଆଇନ ପ୍ରତ୍ୟାହର ଦାବିରେ ଗଣପ୍ରତିବାଦ

266
ADVERTISEMENT

ବ୍ରହ୍ମପୁର,୧୯/୧୨,(ଡି.ଏଚ/ଇ.ରଞ୍ଜନ ) : କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ୨0୧୯ ଆଇନ ପ୍ରତ୍ୟାହର ଦାବିରେ ଗଣପ୍ରତିବାଦ ସହ କୁଶ ପୁତଳିକା ଦାହ l ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖ ରେ ସମସ୍ତ ଗଣ ତାନ୍ତ୍ରିକ ପ୍ରଗତିଶୀଳ ଅନୁଷ୍ଠାନ ମାନେ ମିଳିତ ଭାବେ ଜାତୀୟ ନାଗରିକ ପଞ୍ଜିକା ଏନ.ଆର.ସି ଓ ନାଗରିକ ଆଇନ ଦେଶର ଭୀବାଜନ କାରି ପଦ୍ଧକ୍ଷପକୁ ସହର ରେ ବିଭିନ୍ନ ସଙ୍ଘଟନିକ ଦଳ ସି.ସି.ଏ, ଏନ.ଆର.ସି ଦଳ ଓ ବୃଦ୍ଧିଯିବି ଗଣତନ୍ତ୍ର ପ୍ରେମି ଆଜି ଖଲିକୋଟ କଲେଜ ଟାରେ ଏକ ବିକ୍ଷୋଭରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖି ରାଜୁତି ଚାଲିବ ନାହିଁ ନାରା ଦେଇ ଶୀଘ୍ର ନାଗରିକ ସଂଶୋଧନ ଆଇନ ଶୀଘ୍ର ପ୍ରତିହାର କରି ବା ପାଇଁ ଦାବିକରିବା ସହ ଦେଶର ପ୍ରଗତିଶୀଳ ବିଜ୍ଞାନ ସଂମ୍ମତ ଚିନ୍ତାଧାରାକୁ ଲୋପ କରି ବ୍ୟାପକ ଅନ୍ଧ ବିଶ୍ୱାସ କୁସଂସ୍କାର ବଡାଇବା ସହ ଆର୍ଥୀକ ଅବସ୍ଥା ମାନ୍ଧା ଅବସ୍ଥା କ୍ଷିପ୍ରଗତି ବଡିଚାଲିଥିବା ବେଳେ ଦାରିଦ୍ର ବେକାରୀ ଲୋକଙ୍କ ସମସ୍ୟା ବଡ଼ିଚାଲିଥିବା ବେଳେ ଏହାକୁ ସରକାର ଦୃଷ୍ଟି ନଦେଇ ଦେଶର ଜନସାଧାରଣଙ୍କୁ ଭ୍ରମିତ କରିବା ପରିପେକ୍ଷୀରେ ଜନବିରୋଧୀ ଆଇନ ପ୍ରଣୟନ କରି ଲୋକଙ୍କୁ ଏହି ମାଧ୍ୟମରେ ଲୋକଙ୍କୁ ବିରକ୍ତି କରୁଥିବା ନେଇ କଲେଜ ସାମ୍ନାରେ ନରେନ୍ଦ୍ରମୋଦି, ଅମିତ ସାହା,ଏବଂ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରିଛନ୍ତି l ଏହି ନାଗରିକ ଆଇନ ସଂଶୋଧନ ବିରୋଧରେ ସହରର ପୁରୁଣା ବସଷ୍ଟାଣ୍ଡ ଟାରେ ମଧ୍ୟ ସିପିଏମ ଏବଂ ସିପିଆଇ ପକ୍ଷରୁ ମଧ୍ୟ ଧାରଣା ସଭାସ୍ଥଳ କରି ଚିତ୍କାର ପ୍ରଦର୍ଶନ କରିଥିଲେ ଉଭୟ ପକ୍ଷରୁ ଏହି ଆଇନକୁ ପ୍ରତିହାର ନହେଲେ ଆଗାମୀ ଦିନରେ ଏହା ଏକ ଜନଅନ୍ଧୋଳନ ତୀବ୍ର ହେବା ସଙ୍ଗେ ସଙ୍ଗେ ରାଜରାସ୍ତା କୁ ଓଲ୍ହାଇବା ନିମନ୍ତେ ମତପ୍ରକାଶ କରିଛନ୍ତି l ଏଥିରେ ପ୍ରମୁକ୍ତ ବ୍ୟକ୍ତି ଭାବେ ଭାଲଚନ୍ଦ୍ର ପାଢୀ, ଅବନୀଗୟା, ଶଙ୍କର ସାହୁ, ରାଜାସୁରେଶ, ପ୍ରତାପ ପ୍ରଧାନ, ଇଲିଆଗ ଖାନ ଅହମଦ, ମୁକ୍ତାର ମହାମଦଙ୍କ ସହ ବହୁ ସଂଗଟନ ଦଳ ଯୋଗ ଦେଇଥିଲେ l

Advertisement