ବୋରିଗୁମ୍ମା (ଡି.ଏଚ/ଦୟାନିଧୀ ପଟ୍ଟନାୟକ) ; କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ମୀରାଭାଇ ବେହେରାଙ୍କ ସଭାପତିତ୍ୱ ୨୦୧୯-୨୦ ଦ୍ଵାଦଶତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ହରେ କୃଷ୍ଣ ମାଝି, ମୁଖ୍ୟ ଭକ୍ତା ଭାବେ ବୋରିଗୁମ୍ମା ଗୋଷ୍ଟୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଶିକ୍ଷାଧିକାରୀ ଶତ୍ରୁଘନ ଖଣ୍ଡା, ଯୋଗଦେଇଥିଲେ ଏବଂ ସନମନୀତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଶେଖର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଲାଡି. ନାରାୟଣ ରାଓ, ବିଦ୍ୟାଳୟ ପରିଚାଳନା କମିଟି କମିଟି ଅଧ୍ୟକ୍ଷା କେ. ମାଝୀ ଗୌରୀ ଯୋଗଦେଇଥିଲେ ! ପ୍ରଥମେ ଶ୍ରୀ ଗଣେଶ ଙ୍କ ପ୍ରତିମୂର୍ତ୍ତି କୁ ଦିପ ପ୍ରଜ୍ଵଳନ ପରେ ନାରିକେଳ ଅର୍ପଣ କରାଯାଇ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ସ୍ୱାଗତ ସଂଗୀତ ଗାନ କରାଯାଇ ସଭାକାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା ! ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇ ଅଭିଭାଷଣ ଦେଇଥିଲେ ଅତିଥିଗଣପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ! କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଦର୍ଶକ ମନୋଭରା ଉପଭୋଗ କରିଥିଲେ !















