Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ର ବାର୍ଷିକୋତ୍ସବ ପାଳିତ

ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ର ବାର୍ଷିକୋତ୍ସବ ପାଳିତ

269
ADVERTISEMENT

ବୋରିଗୁମ୍ମା (ଡି.ଏଚ/ଦୟାନିଧୀ ପଟ୍ଟନାୟକ) ; କୋରାପୁଟ ଜିଲ୍ଲା ବୋରିଗୁମ୍ମା ଷ୍ଟେଟବେଙ୍କ ନିକଟରେ ଟାଉନ ହାଲ ଠାରେ ଆଜି ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ଗୌରାଙ୍ଗ ନାୟକ ଙ୍କ ଅଦ୍ୟକ୍ଷତରେ ସଙ୍ଘର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇଥିଲେ ବେଳେ ସମ୍ମାନୀତ ଅତିଥି ଭାବେ କୋରାପୁଟ ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ, ବିଧାୟକ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ, ବ୍ଲକ କଂଗ୍ରେସ ସଭାପତି ବୁଲୁ ପ୍ରଧାନ, ଅଵସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ରଥ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏବଂ ସଂଘ ର ସମ୍ପାଦକ ଚକ୍ରପାଣି ନାଉଡି଼ଆ, ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ବିଧାୟକଙ୍କୁ ଭାବ୍ୟ ସମ୍ୱର୍ଦ୍ଧନ କରାଯାଇ ସଭାସ୍ଥଳକୁ ପଛୁଡି ଅଣାଯାଇ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରାଯାଇଥିଲା ! କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ ପୂର୍ବରୁ ୧୩ ଜଣ ଅବସର ପ୍ରାପ୍ତ କର୍ମଚାରୀଙ୍କ ସ୍ୱର୍ଗଲୋକ ହୋଇଯିବାରୁ ସେମାନଙ୍କ ଆତ୍ମା ସଦଗତି ନିମନ୍ତେ ୨ମିନିଟ ନିରବପ୍ରାର୍ଥନା କରାଯାଇଥିଲେ ! ଏହି କାର୍ଯ୍ୟକ୍ରମ ଅବସର ପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ବହୁ ଅବସର ପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ !

Advertisement