କୁକୁଡ଼ାଖଣ୍ଡି (ଡି.ଏଚ / ଇ.ରଞ୍ଜନ) ; କୁକୁଡ଼ାଖଣ୍ଡି ଖଣ୍ଡିଆ ସାହି ରେ ଏକ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ମୃତ ମହିଳାଙ୍କ ସ୍ବାମୀ କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୋଗରେ ଶାଶୁ କୁ ଛାଡିଦେଇଛି ବୃଦ୍ଧ ଜନିତ କାରଣରୁ ତାଙ୍କୁ ଛାଡିଦିଆଯାଇଥିବା ପୋଲିସ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ବଣବେଲଣା ଗ୍ରାମର ବି.ଦାସିଆଙ୍କ ଝିଅ କେ.ପୁଷ୍ପାଞଳି ଚାରି ବର୍ଷ ତଳେ କୁକୁଡ଼ାଖଣ୍ଡି ଖଣ୍ଡିଆ ସାହି ର କେ. ତ୍ରିନାଥ ଙ୍କୁ ବାହା ହୋଇଥିଲେ । ବାହା ଘର ସମୟରେ ପୁଷ୍ପାଞ୍ଜଳୀ ଙ୍କ ବାପା ଅତି ଗରିବ ଥିବା ସକାଶେ ଯୌତୁକ ଦେଇ ନପାରିବାରୁ ଝିଅ ଙ୍କୁ କେ ତ୍ରିନାଥ ଓ ତାଙ୍କ ମା ବହୁ ନିର୍ଯ୍ୟାତନା ଦେବା ସହ ତାଙ୍କୁ ୧୧ ତାରିଖରେ ପୋଡି ମାରିଦେଇ ଥିବା ନେଇ ମୃତ ପୁଷ୍ପାଞଳିଙ୍କ ଭାଇ ବି.ଆମ୍ବେର ଘଟଣାର ୭ଦିନ ପରେ ସୋମବାର ବ୍ରହ୍ମପୁର ସଦର ଥାନା ଏତଲା ଦେଇଥିଲେ । ତାଙ୍କ ଭଉଣୀକୁ ଡିସେମ୍ବର ୧୧ ତାରିଖରେ ମାରି ପୋଡିଦେଇଥିବା ଦଶାଇ ଥିଲେ । ସଦର ଥାନା ପୋଲିସ ୩୪୫/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ମୃତ ପୁଷ୍ପାଞ୍ଜଳୀଙ୍କ ସ୍ବାମୀ ଙ୍କୁ ଅଟକ ରଖି ପଚରାଉଚୁରା କରିଛି । ମୃତକଙ୍କ ସ୍ବାମୀ ପୋଲିସ ଆଗରେ କହିଛନ୍ତି ପୁଷ୍ପାଞ୍ଜଳୀ ମାନସିକ ରୋଗ ଥିଲା ଏବଂ ସେ ଚିକିସ୍ଛିତ ମଧ୍ୟ ହେଉଥିଲେ । ଅତିରିକ୍ତ ଥାନା ଅଧିକାରୀ ବିଶ୍ୱନାଥ ଜାଲି ତଦନ୍ତ ଚାଲିଛି ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛି ।















