Saturday, November 21, 2026
ADVERTISEMENT
Home ଆଞ୍ଚଳିକ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ପ୍ରତୀକ ଉନ୍ମୋଚିତ

ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ପ୍ରତୀକ ଉନ୍ମୋଚିତ

322
ADVERTISEMENT

ତାଳଚେର (ଡି.ଏଚ) ; ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ  ଆଜି କଲେଜ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଷ୍ଠନୀ ମଧ୍ୟରେ ‘ପ୍ରତୀକ’ କୁ  ଓଡିଶାର ଶକ୍ତି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉନ୍ମୋଚିତ କରିଛନ୍ତି  । ସକାଳୁ ତାଳଚେର ଅଧିଷ୍ଠାତ୍ରୀ ଦେବା ମା’ ହିଙ୍ଗୁଳାଙ୍କ ପୀଠରେ ପୂଜା ଅର୍ଚ୍ଚନା ସହିତ ମା’ ଙ୍କର ଜ୍ୟୋତି ଆଲମକୁ ଏକ ଶୋଭାଯାତ୍ରା ମାଧ୍ୟମରେ ତାଳଚେର ଜଗନ୍ନାଥ ମନ୍ଦିର ଦେଇ ତାଳଚେର କଲେଜକୁ ଅଣାଯାଇଥିଲା । ଶଙ୍ଖ, ନାଦ, ହୁଳହୁଳି, ପାଲିଙ୍କି ଯାତ୍ରା, ପୁଷ୍ପ ମାଲ୍ୟ ଅର୍ପଣରେ ମହାବିଦ୍ୟାଳୟ ପରିବେଶ ସତେ ଯେପରି ଏକ ରମଣୀୟ ଭଳି ଲାଗୁଥିଲା । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ମିଶ୍ର ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ‘ଉକ୍ରର୍ଷ ର ପଚାଶ ବର୍ଷ’ ପ୍ରତୀକକୁ ଉନ୍ମୋଚନ କରିବା ସହ ତାଳଚେର ଭଳି ସଂଗ୍ରାମୀ ମାଟିରେ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଢ଼ି ଉଠି ଏହା ଆଜି ୫୦ ବର୍ଷ ପୂର୍ତି ପାଳନ କରିବାକୁ ଯାଉଛି ଏବଂ ଏହା ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ  । ବାସ୍ତବରେ ଏହି ମହାବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ଏବଂ ଛାତ୍ରଛାତ୍ରୀମାନେ  ନିଜକୁ ଆଦର୍ଶ ଭାବେ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଢ଼େଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ଯୋଗ ଦେଇ ତାଳଚେର ଗଡଜାତ ଆନ୍ଦୋଳନ ଉପରେ ନିଜର ମତବ୍ୟକ୍ତ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ଅଧ୍ୟକ୍ଷ ତଥା ତାଳଚେର ବିଧାୟକ ବ୍ରକ କିଶୋର ପ୍ରଧାନ, ତାଳଚେର ମହାବିଦ୍ୟାଳୟକୁ ଭିକ୍ଷା ବୃତି କରି ପ୍ରତିଷ୍ଠା କରିଥିବା ମହାନ୍ ବ୍ୟକ୍ତି ମାନଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ୧୯୬୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ମୁଖ୍ୟ ଦାୟିତ୍ୱ ବହନ କରି ସଫଳ କରାଯାଉଥିବା ସଂଯୋଜକ ତଥା ଓଡିଆ ଅଧ୍ୟାପକ ବିରଂଚି ନାରାୟଣ ସାମଲଙ୍କୁ ମୁଖ୍ୟ ଅତିଥି ଓ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲକ୍ଷେ ମହାବିଦ୍ୟାଳୟର ଏକ ଡକ୍ୟୁମେଂଟାରୀକୁ ପ୍ରଦର୍ଶନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସୁବର୍ଣ୍ଣ ଜୟନ୍ତୀ ପାଳନ ପ୍ରତୀକ ଉନ୍ମୋଚନ ଉତ୍ସବରେ ପ୍ରାରମ୍ଭରେ ପୁରାତନ ଛାତ୍ର ସଂସଦ ସଂଘର ସଭାପତି ତଥା ଇତିହାସ ବିଭାଗ ଅଧ୍ୟାପକ ଡକ୍ଟର ନିମାଇଁ ଚରଣ ପ୍ରଧାନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ନୃତତ୍ୱ ବିଭାଗ ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ ଓ ଅଧ୍ୟାପିକା ସୁନିତା ସାହୁ ମଂଚ ପରିଚାଳନା କରିଥିଲେ । ଏହି  ସୁବର୍ଣ୍ଣ ଜୟନ୍ତୀ ପାଳନ “ପ୍ରତୀକ” ଉନ୍ମୋଚନ ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପୁରାତନ ଓ ନୂତନ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ  । ଏନ୍.ସି.ସି. ଛାତ୍ରଛାତ୍ରୀମାନେ ଏହିକାର୍ଯ୍ୟକ୍ରମରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଆଗାମୀ ଫେବୃୟାର ମାସରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ଆଡମ୍ବର ସହକାରେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା ।

Advertisement