କେ.ନୂଆଗାଁ,୧୮।୧୨,(ଡି.ଏଚ/ପ୍ରଶାନ୍ତ କୁମାର ନାୟକ) : ଚଳିତ ଡିସେମ୍ବର ମାସ ୯ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଭୋପାଲଠାରେ ଅନୁଷ୍ଠିତ ଦିତ୍ୱୀୟ ଭାରତୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାରେ ୨0ଟି ରାଜ୍ୟର ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ ଏଥିରେ ମହାସିଙ୍ଗ ଏକଲବ୍ୟ ବିଦ୍ୟାଳୟର ପାଞ୍ଚଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥି ମଧ୍ୟରୁ ୨ ଟି ରୋପ୍ୟ ଓ ୨ ଟି କାଂସ୍ୟ ପଦକ ପାଇଁ ବିଦ୍ୟାଳୟ ତଥା କନ୍ଧମାଳ ଜିଲ୍ଲା ଗୌରବାନ୍ୱିତ କରିଥିବା ସହିତ ବିଦ୍ୟାଳୟର ଅଧକ୍ଷ ବି ସାଇରମ ପାତ୍ର ସୂଚନା ଦେଇଛନ୍ତି u-19ବର୍ଗର ୪00ମିଟର ଦୌଡ଼ରେ ଉର୍ମିଳା ମୁଠାମାଝି ରୋପ୍ୟ u-19ବର୍ଗର ଫୁଟବଲରେ ପରମେଶ୍ୱର କହଁର ଏବଂ ତ୍ରିଲୋଚନ କହଁର U-19ବର୍ଗରେ କବାଡି ପ୍ରତିଯୋଗିତାରେ ବିରାଟ ଜାନି ରୋପ୍ୟ ପଦକ ତଥା ମାନ ପତ୍ର ଭାରତ ସରକାରଙ୍କ ଆବାସିକ ମନ୍ତ୍ରାଳୟର ପ୍ରମୁଖ ସଚିବଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ଏଠାରେ ପ୍ରକାଶ ଥାଉକି ଓଡ଼ିଶାରେ ସର୍ବମୋଟ ୨0ପଦକ ହାସଲ କରିବା ସହ ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନ ଅଧିକାର କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ଆସନ୍ତା ୧୭/୧୨ତାରିଖ ମଙ୍ଗଳବାର ଦିନ ବିଦ୍ୟାଳୟ ତରଫରୁ କୃତି ଛାତ୍ର ଛାତ୍ରୀଙ୍କୁ ଅଧକ୍ଷ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟାପକ ଅଧ୍ୟାପିକା ଗଣ ସଂମ୍ମନିତ କରିଥିଲେ ।















