ମାଲକାନଗିରି (ଡି/ଏଚ୍ – ସତ୍ୟ ନାରାୟଣ ମିଶ୍ର); ପ୍ରଥମ ଥର ପାଇଁ ସ୍ୱାଭିମାନ ଅଞ୍ଚଳର ଉନ୍ନତି ଓ ବିକାଶ ନିମନ୍ତେ ସରକାର ସପକ୍ଷରେ ଅନ୍ତ ଭିଡ଼ିଲେ ସ୍ୱାଭିମାନ ଅଞ୍ଚଳବାସୀ । ଗତକାଲି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଏକ ରାଲି କରାଯାଇଥିଲା । ଏହି ରାଲି ପାପରମେଟଲା,ବଡ଼ପଡା, ରାଳେଗାଡ଼ା ଓ ଧୂଳିପୁଟ ପଂଚୟତର ସହସ୍ର ଆଧିବାସୀ ଏକଜୁଟ ହୋଇଥିଲେ । ରାଳିର ଉଦ୍ଦେଶ୍ୟ ସମ୍ପୁର୍ଣ୍ଣ ଭିନ୍ନ । ଏଥର ଆଧିବାସୀ ମାନେ ସରକାରଙ୍କ ବିରୋଧରେ ନାରା ଦେବା ପରିବର୍ତେ ସରକାରଙ୍କ ସପକ୍ଷରେ ଦେଇ ଥିଲେ ନାରା । ଆଧିବାସୀମାନେ ସ୍ୱାଭିମାନ ଅଞ୍ଚଳର ଶାନ୍ତି ଓ ବିକାଶ ପରିଷଦ ନାମରେ ଏକତ୍ର ହୋଇ ବୈଠକ ଓ ରାଲି କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ବିକାଶଧାରା କୁ କିପରି ତ୍ବରାନ୍ବିତ କରାଯିବ ସେଥିନେଇ ଆଲୋଚନା କରିଥିଲେ । ସରକାରଙ୍କ ଉନ୍ନତି ମୂଳକ ଯୋଜନା ଓ କାର୍ଯ୍ୟ ଗୁଡିକୁ ବିରୋଧ କରିବା ବଦଳରେ କାର୍ୟ୍ୟ ଗୁଡିକ ସୁରୁଖୁରୁରେ ସମ୍ପାଦନା ହେବ ତା ଉପରେ ଦୃଷ୍ଟିପାତ କରିବେ ସ୍ୱାଭିମାନ ଅଞ୍ଚଳବାସୀ। କୌଣସି ବାଧାବିଗ୍ନ ସୃଷ୍ଟିହେଲେ ବାଧାବିଗ୍ନ କାରୀଙ୍କ ସହ ଅଞ୍ଚଳବାସୀ ଆଲୋଚନା କରି ସମଧାନର ବାଟ ଫିଟାଇବେ । ସମସ୍ୟା ଯେତେ ଜଟିଳ ହେଲେବି ଉନ୍ନତି ମୂଳକ କାମକୁ ଆଉ ବନ୍ଦ କରାଝିବ ନାହିଁ । ଅଞ୍ଚଳବାସୀ କହିଛନ୍ତି ହିଂସାପ୍ରିୟ ଲୋକଙ୍କ କଥାରେ ପ୍ରଭାବିତ ହେବେନାହି । ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ହେବେ । ଜାନବାଇ, ଯନ୍ତାପାଇ,ବଦପଡା ଭଳି ରାସ୍ତା,ସ୍ୱାସ୍ଥ୍ୟ , ଶିକ୍ଷା,ପିଇବା ପାଣି ଓ ମୌଳିକ ସୁଭିଧା ଦରକାର,ରୋଗୀ ଇ ଗର୍ଭବତୀ ମହିଳାମାନଙ୍କ ପାଇଁ ଆମ୍ବୁଲାନ୍ସ ଦରକାର,ପ୍ରଜାକୋର୍ଟ ଯିବୁନାହିଁ, ହିଂସା ପରିବର୍ତେ ଅହିଂସା ବାଟରେ ଚାଲିବୁ । ଶାନ୍ତିପୂର୍ଣ୍ଣ ଭାବରେ ଏହି ଅଞ୍ଚଳରେ ବସବାସ କରିବୁ । ଏଥର ସ୍ୱାଭିମାନ ଅଞ୍ଚଳବାସୀ ବିକାଶର ସ୍ଵାଦ ବାରି ପାରିଲେ । ଉନ୍ନତି ମୂଳକ ଯୋଜନା ଗୁଡିକୁ ବିରୋଧ କଲେ ନିଜର ଓ ନିଜ ଅଞ୍ଚଳର କ୍ଷତି ହେବ ବୋଲି ହୃଦବୋଧ କରିଛନ୍ତି ଏବଂ ସରକାର ଉନ୍ନତମୁଳକ ଯୋଜନ ଗୁଡିକୁ ସହଯୋଗ କରିବା ପାଇଁ ହାତ ବଡାଇଛନ୍ତି । ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣ ମିଳୁଛି ମାଓବାଦୀଙ୍କ ପ୍ରଲୋଭନ କିମ୍ଭା ନକ୍ସଲଙ୍କ ନାଲି ଆଖି ଭୟରେ ଭୟବିତ ନହୋଇ ସରକାରଙ୍କ ଯୋଜନା ଗୁଡିକୁ ସ୍ୱାଗତ କରିବେ । ସରକାର ତରଫରୁ ଅଂଚଳବାଶିଙ୍କୁ ସୁରକ୍ଷା ମିଳିଥିବାରୁ ଲୋକେ ମାଓ ଭୟରୁ ନିଜକୁ ସୁରକ୍ଷିତ ମନେ କରୁଛନ୍ତି ।
















