ବ୍ରହ୍ମପୁର,୧୬।୧୨(ଡି.ଏଚ/ସଞ୍ଜୟ ବିଶ୍ୱାଳ ) : ଆଜି ପବିତ୍ର ଧନସଂକ୍ରାନ୍ତୀ ଉପଲକ୍ଷେ ବ୍ରହ୍ମପୁର ରେଳବାଇ ଷ୍ଟେସନ୍ ନିକଟସ୍ଥ ଗୁଡ୍ସ ସେଡ୍ରୋଡ଼ ସ୍ଥିତ ସଙ୍କଟମୋଚନ ହନୁମାନ ମନ୍ଦିରରେ ହନୁମାନ ଚାଳିଶାପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ଶ୍ରୀ ହନୁମାନଜୀଙ୍କ ଆର୍ଶିବାଦ୍ ଭିକ୍ଷା କରିଥିଲେ । ବିଜୟ ପଣ୍ଡିତଙ୍କ ତତ୍ୱବଧାନରେ ମନ୍ଦିର ପୂଜା କମିଟିର ବହୁ ଆଜୀବନ ସଭ୍ୟମାନେ ଉପସ୍ଥିତ ରହିଥିଲେ । ଶେଷରେ ପ୍ରସାଦ ସେବନ କରାଯାଇଥିଲା ।

















