ତାଳଚେର (ଡି.ଏଚ) :- ତାଳଚେର ବ୍ଲକ ଭରତପୁର ସି.ଏଚ୍.ପି. ଛକ ସ୍ଥିତ ଚଷା ଭବନ ଠାରେ କେନ୍ଦ୍ରୀୟ ଚଷା ସମାଜର ବାର୍ଷିକ ସମ୍ମିଳନୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମକୁନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପଦେଷ୍ଟା କନ୍ଦର୍ପ ସାହୁ, ମାନସ ରଂଜନ ପ୍ରଧାନ, ଡ. ବାସୁଦେବ ଦେହୁରୀ, ସଂପାଦକ ରାମ ଚନ୍ଦ୍ର ସ୍ୱାଇଁ, ଜଳଧର ଜେନା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରମୋଦ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ମୁରଲୀଧର ସାହୁ, ହିମାଂଶୁ ଶେଖର ସାହୁ, ବିଜୟ କୁମାର ସାହୁ, ନରସିଂହ ପ୍ରଧାନ, ବିନୋଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ତୃଣମୂଳ ସ୍ତରରୁ ଚଷା ସମାଜକୁ ସୁଦୃଢ଼ କରିବା, ସଙ୍ଗଠନକୁ ସୁଦୃଢ଼ କରିବା, ସାମାଜିକ ସଂସ୍କାରର ବିକାଶ, ନିଶାମୁକ୍ତ ଅଂଚଳ, ପଲିଥିନ୍ ମୁକ୍ତ ତାଳଚେର, ଖଣିରେ କ୍ଷତିଗ୍ରସ୍ତ ହୋଇଥିବା ଜଳ-ଜମି-ଜଙ୍ଗଲ ଓ ନିଯୁକ୍ତି ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ ପ୍ରଦାନ ସହିତ ଆନ୍ଦୋଳନ କରିବା ଉପରେ ମତ ରଖିଥିଲେ । ଆଗାମୀ ବାର୍ଷିକ ସମ୍ମିଳନୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଗଡତଳ ଅଂଚଳ ବଡଯୋରଡା (ତାଳଚେର ବ୍ଲକ) ଠାରେ ପାଳନ କରାଯିବା ନେଇ ବୈଠକରେ ସଭାପତି ଘୋଷଣା କରିଥିଲେ । ଗଡତଳ ଅଂଚଳର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ସାହୁ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ । ଶେଷରେ ସମାଜସେବୀ କ୍ଷୀରୋଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଚଷା ସମାଜର ସମସ୍ତ କାର୍ଯ୍ୟକର୍ତା, ୫ଟି ଅଂଚଳର ସଭାପତି, ସଂପାଦକ ଓ କର୍ମକର୍ତା ଉପସ୍ଥିତ ଥିଲେ ।
















