Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଲୁହାଗୁଡି ଅଂଚଳରେ ବିଏସଏନଏଲ ସେବା ଠପ୍

ଲୁହାଗୁଡି ଅଂଚଳରେ ବିଏସଏନଏଲ ସେବା ଠପ୍

287
ADVERTISEMENT

ମୋହନା (ଡି.ଏଚ/ମୋହନ ଗୌଡ) ; ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ଅଂଚଳରେ ଗତ ୩ ଦିନ ହେଲା ବିଏସଏନଏଲ ସେବା ଠପ ହୋଇଯାଇଛି । ବିଏସଏନଏଲ ସେବା ଠପ୍ ଫଳରେ ସ୍ଥାନୀୟ ଅଂଚଳର ୨୦ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଏହି ଭାରତୀୟ ସଂଚାର ନିଗମ ଲିମିଟେଡ୍ ଭାରତ ବର୍ଷରେ ଏକ ବୃହତ ଟେଲିକମ ସେବା ଭାବରେ ବେଶ ପରିଚିତ ଥିବା ବେଳେ ଅଧିକାଂଶ ସମୟରେ ସେବା ପାଇବାରୁ ଜନସାଧାରଣ ବଂଚିତ ହେଉଛନ୍ତି । ଦୁର୍ଗମ ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଟେଲିକମ ସେବା ନିହାତି ଆବଶ୍ୟକ ଥିବା ବେଳେ ବାରମ୍ବାରା ଦୁରଭାଷା ଭଳି ଅତିଆବଶ୍ୟକୀୟ ସେବା ପାଇବାରୁ ଲୋକେ ବଂଚିତ ହୋଇଛନ୍ତି । ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଂଚଳବାସୀ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ବି ଅଧିକାରୀ ମାନେ ଏଥି ପ୍ରତି ଗୁରୁତ ଦେଉନଥିବା ଅଭିଯୋଗ ହୋଇଛି । ବିଦ୍ୟୁତକାଟ ହେବା ସମୟରେ ବିଏସଏନଏଲ କାର୍ଯ୍ୟାଳୟରେ ଜେନେରଟର ଚାଲୁନଥିବା ଯୋଗୁଁ ସେବାରେ ମଧ୍ୟ ଅସୁବିଧା ଦେଖାଯାଉଥିବା ଜଣାପଡିଛି । ଏହି ପରି ମୋହନା ବ୍ଲକରେ ଥିବା ପାଣିଗଣ୍ଡା, ଗୁଲୁବା, ଡେଙ୍ଗସଖାଲ, ଚୁଡଙ୍ଗପୁର, ଅନ୍ତରବା ଆଦି ପଂଚାୟତବାସୀ ବିଏସଏନଏଲ ସେବାରୁ ଦୀର୍ଘ ବର୍ଷ ଧରି ବଂଚିତ ହେଉଥିବା ପଂଚାୟତବାସୀ ଅଭିଯୋଗ କରିଛନ୍ତି । ଏଣୁ ତୁରନ୍ତ ଉକ୍ତ ପଂଚାୟତ ଗୁଡିକରେ ବିଏସଏନଏଲ ସେବା ଯୋଗାଇଦେବା ପାଇଁ ଅଂଚଳବାସୀ ତଥା ଲୋକ ପ୍ରତିନିଧିମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ତେଣୁ ବିଭାଗୀୟ କର୍ତୁପକ୍ଷ ତୁରନ୍ତ ସମସ୍ୟାର ସମାଧାନ ସହ ଲୋକଙ୍କୁ ସେବା ଯୋଗଇ ଦେବାକୁ ଦାବି ହୋଇଛି ।

Advertisement