Monday, November 23, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଓଡିଶା ସେଲସ ସଙ୍ଘ ତରଫରୁ ୨୩ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର ଓଡିଶା ସେଲସ ସଙ୍ଘ ତରଫରୁ ୨୩ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

285
ADVERTISEMENT

ବ୍ରହ୍ମପୁର,୧୫।୧୨(ଡି.ଏଚ/ଇ.ରଞ୍ଜନ) : ବ୍ରହ୍ମପୁର ସହର ସ୍ଥିତ ହିଲପାଟଣା ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ରାଜ୍ୟ ବିକ୍ରୟ ଏକତ୍ରିତ ସଙ୍ଘ ତରଫରୁ ରବି ଶଙ୍କର ପଣ୍ଡାଙ୍କ ସଭାପତିତ୍ବରେ ବିଭିନ୍ନ ଔଷଧ ସହ ବିଭିନ୍ନ ଶିଳ୍ପୀ ସଂସ୍ଥା କାର୍ଯ୍ୟରତ ବିକ୍ରୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ ପ୍ରଦୀପ ଜ୍ବଳନ କରିଥିଲେ l ଏଥିରେ ମଞ୍ଚାସିନ ଅନ୍ୟ ଅତିଥି ମାନେ ତାଙ୍କୁ ଏକ ପଲଥିନ ଯୁକ୍ତ ପୁଷ୍ପ ଡକନ ଦେବାରୁ ବିଧାୟକ ଶ୍ରୀ ପଣ୍ଡା କର୍ଣ୍ଣମନ୍ତ୍ରରେ ପଲଥିନ ମୁକ୍ତ ପାଇଁ ନିର୍ଦ୍ଧେଶ ଦେଇଥିଲେ l ପରେ ପଲଥିନ ମୁକ୍ତ ହେବା ପରେ ପୁଷ୍ପଗୁଚ୍ଛା ଆପଣlଇ ଥିଲେ l ଏଠାରେ ବିଧାୟକଙ୍କ ପଲଥିନ ମୁକ୍ତ ସଚେତନତା ବହୁଳ ଭାବେ ରହିଥିବା ସକାଶେ ଏଭଳି କାର୍ଯ୍ୟକଳାପ ପ୍ରଶଂସନୀୟ ମଧ୍ୟ ମନେହେଉଛି l ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରି ଏହି ସଭାର ମଞ୍ଚରେ ନିଜର ବକ୍ତବ୍ୟରେ ବାଣିଜ୍ୟ ବ୍ୟବସାୟରେ ବିକ୍ରୟରେ କୌଣସି ପ୍ରତିବନ୍ଦକ ଆସିବା ପୂର୍ବରୁ ସମସ୍ୟା ସମାଧାନ ସକାଶେ ସଚେତନ ହୋଇ ସଙ୍ଘଠିତ ହେବା ପାଇଁ ସେଲସ ରିପ୍ରେଜେଣ୍ଟିଭ ମାନଙ୍କୁ ଆୱାନ ଦେଇଥିଲେ l ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ରାଜ୍ୟ ସଭାପତି ବା ସର୍ବ ଭାରତୀୟ ସଙ୍ଘଠନ ନେତା ପ୍ରଦୀପ କୁମାର ସିହ୍ନl ଔଷଧ ଶିଳ୍ପର ବିଭିନ୍ନ ସମସ୍ୟlର ଦାବି ଏହା ଯେ ଔଷଧ ବାବଦକୁ ଜିଏସଟି 0% ଲାଗୁ କରିବା ସହ ରୁଗ୍ଣ ରାଷ୍ଟ୍ରlୟତ କମ୍ପାନୀ ଗୁଡିକ ପୁନଃ ଉଦ୍ଧାର, ଔଷଧ ଦାମ କମାଇବା ସହ ଶ୍ରମ ଆଇନରେ ଶ୍ରମବିରୋଧୀ ସାଂସଦନର ତୀବ୍ର ସମାଲୋଚନା କରିଥିଲେ l ଏଥି ସହ ଅନେକ ଅତିଥି ମାନେ ସି ଆଇ ଟି ୟୁ ଜିଲ୍ଲା ସମ୍ପାଦକ ସାଥି ଯୁଧିଷ୍ଟିର ବେହେରା ଓ ସଙ୍ଘ ସମ୍ପାଦକ ରଣା ଚାଟାର୍ଯ୍, ହରିଶ ଚନ୍ଦ୍ର ଭେଜ, ପ୍ରଶାନ୍ତ କୁମାର ପରିଡା, ବିଦ୍ୟୁତ ଆଚାର୍ଯ୍ୟ, ପ୍ରମୋଦ ବେହେରା, ରାମ ପ୍ରସାଦ ପଟ୍ଟନାୟକ ଜିତେନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇଥିଲେ l

Advertisement