Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଅଷ୍ଟମ ବାର୍ଷିକ ଏଣ୍ଡୋକ୍ରାଇନ ସୋସାଇଟି ଓଡିଶା ଅନୁଷ୍ଟିତ । ଏମକେସିଜିରେ ରାଜ୍ୟପାଳ

ଅଷ୍ଟମ ବାର୍ଷିକ ଏଣ୍ଡୋକ୍ରାଇନ ସୋସାଇଟି ଓଡିଶା ଅନୁଷ୍ଟିତ । ଏମକେସିଜିରେ ରାଜ୍ୟପାଳ

375
ADVERTISEMENT

ବ୍ରହ୍ମପୁର,୧୪/୧୨(ଡି.ଏଚ/ହିମାଂଶୁ ପାଢ଼ୀ) : ଓଡ଼ିଶା ଏଣ୍ଡୋକ୍ରାଇନ ସୋସାଇଟିର ଅଷ୍ଟମ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୧୩ରୁ ୧୫ ପଯ୍ୟନ୍ତ ସମ୍ମିଳନୀ ଚାଲିବ। ଏମକେସିଜି ମେଡିକାଲ କଲେଜର ଏକାଡ଼େମିକ ହଲରେ ଆୟୋଜିତ ତିନିଦିନିଆ ସମ୍ମିଳନୀର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ରୂପେ ରାଜ୍ୟପାଳ ଯୋଗଦାନ କରି ସେବା କ୍ଷେତ୍ରରେ ଡାକ୍ତମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରିପାଠୀ, ସୋସାଇଟିର ସଭାପତି ପ୍ରଫେସର ଡ.ଏ.କେ.ବଳିଆରସିହ୍ନା, ଉପସଭାପତି ଡ.ପୀତାମ୍ବର ପୃଷ୍ଟି, ସମ୍ପାଦକ ଡ.ସମ୍ବିତ ଦାସ, କମିଟି ଅଧ୍ୟକ୍ଷ ଡ.ଏସ.ଆର ପଟ୍ଟନାୟକ, ଡ.ସୁନିଲ କୋଟା, ଡ.ପି.ରବି କୁମାର ଏ.କେ .ବଳିଆରସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement