Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

356
ADVERTISEMENT

ସାନଖେମୁଣ୍ଡି,୧୪/୧୨(ଡି.ଏଚ/ପ୍ରଫୁଲ ସାବତ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର କଲେଜରେ +୨ ଆନ୍ତଃ କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ ଭିଡି କଲେଜ ଜୟପୁର ଓ ହିଲଟପ ମୋହନା କଲେଜ ମଧ୍ୟରେ ଜୟପୁର କଲେଜ ବିଜୟୀ ହୋଇଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଆସିକା ଓ ବୁଗୁଡା କଲେଜ ମଧ୍ୟରେ ଆସିକା କଲେଜ ବିଜୟୀ ହୋଇଥିଲା। ବିଜୟୀ ଲାଭ କରିଥିବା କଲେଜକୁ ପୁରସ୍କାର ଦିଆଯାଇଥିଲା। ଏହି ପୁରସ୍କାର ବିତାରଣୀ ଉତ୍ସବରେ ଅତିଥି ଭାବେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଅମିତ କୁମାର ନାୟକ ଉପସ୍ଥିତ ଥିଲେ। କଲେଜ ଅଧକ୍ଷ ପ୍ରଦୀପ କୁମାର ବ୍ରହ୍ମା ପୌରହିତ୍ୟ କରିଥିଲେ। କଲେଜର ପିଇଟି ଶିକ୍ଷକ ଲକ୍ଷଣ କୁମାର ସାହୁ ଖେଳ ପରିଚାଳନା କରିଥିଲେ। ଅଧ୍ୟାପକ ବିଜୟ ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ସୁବାସ ଚନ୍ଦ୍ର ମହାପାତ୍ର, ବୁଲୁ ପାଣିଗ୍ରାହୀ ଓ ଏଲ ଦେବେନ୍ଦ୍ର ରେଡ୍ଡୀ ସହଯୋଗ କରିଥିଲେ।

Advertisement