Monday, November 23, 2026
ADVERTISEMENT
Home ଆଞ୍ଚଳିକ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା

ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା

398
ADVERTISEMENT

ମୋହନା,୧୪/୧୨(ଡି.ଏଚ/ମୋହନ ଗୌଡ) : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଚାନ୍ଦିପୁଟ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟ ଅତିଥିରୂପେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା କୃଷି ଅଧିକାରୀ ରା.ଉଦୟଗିରି ପ୍ରଶାନ୍ତ କୁମାର ପ୍ରଶାନ୍ତ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ବ୍ଳକ ଅଧ୍ୟକ୍ଷା ସୁକୀ ଶବର, ଉପାଧ୍ୟକ୍ଷା ବାଲମିନା ଅଧିକାରୀ, ରା.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ, ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, କେଭିକେ ବୈଜ୍ଞାନିକ ସଞ୍ଜିବ କୁମାର ମଣ୍ଡଳ, ଏଫଏଲଏସି ଅଧ୍ୟକ୍ଷ ଗୌରୀ ଶଙ୍କର ପ୍ରଧାନୀ , ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ବିରେନ୍ଦ୍ର କୁମାର ପଣ୍ଡା, ଚାନ୍ଦିପୁଟ ସରପଂଚ ଜୁରିଆ କାର୍ଯୀ, ଚନ୍ଦ୍ରଗିରି ସରପଂଚ ନର୍ମଦା ଦଳାଇ ପ୍ରମ୍ମୁଖ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଏହି ମେଳାର ଲକ୍ଷ୍ୟ ଓ ଉଦେ୍ଧଶ୍ୟ, ପଶୁସମ୍ପଦ ବିଭାଗରେ ଥିବା ଚାଷୀମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା, ଉଦ୍ୟାନ, ମୋତ୍ସ, ଦୁଗ୍ଧ ସମବାୟ ସମିତି, ଗୋବନ୍ଧ୍ୟା ନିରାକରଣ ଶିବିର, ଗାଇମାନଙ୍କର ଆଧାର କାର୍ଡ, କୃଷି, ଜଳଛାୟା, କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କୁ ମିଳୁଥିବା ବିଭିନ୍ନ ଯୋଜନା ଆଦି ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉପସ୍ଥିତ ଥିବା ଶତାଧିକ କୃଷକଙ୍କୁ ବୁଝାଇଥିଲେ । ଏହି ମେଳାରେ ଜେଆର ଏାଗ୍ରୋ ପକ୍ଷରୁ ଧାନ ଅମଳ ଯନ୍ତ୍ର, ଗହମ କଳ, ବିହନ ଓ ସାର ବୁଣା ମେସିନ, ଅଟୋ ପାୱାର ଟିଲର, ଉଦ୍ୟାନ ବିଭାଗ ପକ୍ଷରୁ ଛତୁ ଚାଷ, ପ୍ରାଣୀ ମାନଙ୍କ କୃତିମ ପ୍ରଜନନ ରୋଗ ପ୍ରତିଶେଧକ ଟିକା ପ୍ରଦାନ, ଓଡିଶା ମିଲେଟ ମିଶନ ପକ୍ଷରୁ କ୍ଷୁଦ୍ର ଦାନା ଶସ୍ୟ ଆଦି ଷ୍ଟଲ ଖୋଲାଯାଇଥିଲା । ଏହି ମେଳାକୁ ମୋହନା ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ପରିଚାଳନା କରିଥିଲେ । ବ୍ଳକ ସ୍ତରୀୟ ପଦାଧିକାରୀମାନେ ମେଳାରେ ଉପସ୍ଥିତ ଥିଲେ।

Advertisement