କବିସୂର୍ଯ୍ୟନଗର,୧୪।୧୨(ଡି.ଏଚ/ସୁଦାମ ମହାରଣା ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ର ବୁଢାମ୍ବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚକ୍ଷୁ ପରଳ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେପି କାର୍ଯ୍ୟକାରିଣି ସଭାପତି ରଞ୍ଜନ କୁମାର ପୋଲାଇଏହାକୁ ଉଦଘାଟନ କରିଥିବା ବେଳେ ସମାଜସେବୀ ସନ୍ତୋଷ କୁମାର ଡାକୁଆ,ଶଙ୍କର ଗୌଡ,ଲକ୍ଷ୍ମୀ ନାରାୟଣ ବେଜ୍,ସତ୍ୟ ବାଦୀ ବେହେରା, ଦୋରା ବେହେରା ଯୋଗେନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଶଙ୍କର ନେତ୍ରାଳୟ ପକ୍ଷରୁ ଆୟୋଜିତ ଶିବିରରେ ୧୦୩ଜଣରୋଗିଙ୍କୁ ଚିକିତ୍ସା କରାଯାଇଥିବାବେଳେ ୧୫ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି,୨୪ଜଣଙ୍କୁ ମେଡିକାଲ ପଠାଯାଇଛି ।
















