ବ୍ରହ୍ମପୁର,୧୩।୧୨(ଡି.ଏଚ/ଇ.ରଞ୍ଜନ ) : ବୋରିଗାଁ ପଞ୍ଚାୟତ କାର୍ଯ୍ୟଳୟରେ ଆଜି ଜଳସେଚନ ବିଭାଗ ପକ୍ଷରୁ ଯେଉଁ ମାନେ ଦୀର୍ଘବର୍ଷ ଧରି ଜମି ପଟ୍ଟା ପାଇଁ ପାରୁନାହାନ୍ତି ସେମାନଙ୍କ ନାମକୁ ପଞ୍ଜିକୃତ କରାଯାଇଛି । ତେବେ ଏ ନେଇ ଜନସାଧାରଣଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନଙ୍କ କହିବା ସରକାରଙ୍କ ତରଫରୁ ଏହି ପରି ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ଏହାର କିଛି ସୁଫଳ ଲୋକ ମାନଙ୍କ ପାଖରେ ପହଁଚି ପାରୁନି । ବରଂ ନିଜର ବହୁମୂଲ୍ୟ ସମୟକୁ ନଷ୍ଟକରି ଖରା ବର୍ଷା ଶୀତ କାକରରେ ଦିନ ତମାମ ଧାଡିରେ ଛିଡା ହୋଇ ଦିନତମାମର ରୋଜଗାର ହରାଇବାକୁ ପଡୁଛି । ଆବଶ୍ୟକ ସ୍ଥଳେ ସରକାରୀ ଅଫିସକୁ ବାରମ୍ବାର ଦୌଡ଼ି ଦୌଡ଼ି ଶେଷରେ ନିରାଶ ହେବାକୁ ପଡୁଛି । ସରକାରଙ୍କ ତରଫରୁ ବହୁ ଯୋଜନା ଆସୁଛି , ଯୋଜନା ବାବଦରେ କୋଟି କୋଟି ତାଙ୍କ ଖର୍ଚ୍ଚ ହେଉଛି , ହେଲେ ଯୋଜନାର ସଫଳତା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନି । ତେଣୁ ଏବେ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହାର ମହତ ଉଦ୍ଧେଷ୍ୟ ଯେପରି ପ୍ରତିଟି ଜସାଧାରଣଙ୍କ ନିକଟରେ ସରକାରୀ ଅଫିସକୁ ବାରମ୍ବାର ନ ଦଉଡି ଯେମିତି ତାଙ୍କ ପାଖରେ ସଠିକ ସେବା ପହଁଚି ପାରିବ ସେ ଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ
















