Monday, November 23, 2026
ADVERTISEMENT
Home ଆଞ୍ଚଳିକ ଟାଟା ଷ୍ଟିଲ୍ ପକ୍ଷରୁ ମେଗା ସ୍ଵାସ୍ଥ୍ୟ ଶିବିର ଆୟୋଜିତ

ଟାଟା ଷ୍ଟିଲ୍ ପକ୍ଷରୁ ମେଗା ସ୍ଵାସ୍ଥ୍ୟ ଶିବିର ଆୟୋଜିତ

390
ADVERTISEMENT

କୋଦଳା,୧୩।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ଶୁକ୍ରବାର ବେଗୁନିଆପଡ଼ା ବ୍ଳକର ଜନତା ନୋଡ଼ାଲ ହାଇ ସ୍କୁଲ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା l ଏହି ମହାନ କାର୍ଯକ୍ରମକୁ ବିଡିଓ ପ୍ରଦୀପ କୁମାର ପଣ୍ଡାଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଉଦଘାଟନ କରିବା ସହ ରୋଗୀମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କ ବିଭିନ୍ନ ରୋଗ ଓ ଶିବିରରେ ସହଯୋଗ ବିଷୟରେ ପଚାରି ବୁଝିଥିଲେ l ଏହି କାର୍ଯକ୍ରମରେ ଟାଟାଷ୍ଟିଲ ହେଚଓଡି ରକ୍କୀ ମାର୍ଥା ଉପସ୍ଥିତ ରହି ସମସ୍ତ ବିଭାଗ ବୁଲି ଦେଖିଥିଲେ ୲ ଏହି ଶିବିରରେ ବିଭିନ୍ନ ବିଭାଗର ମହିଳା 321 ଓ ପୁରୁଷ 380 ମୋଟ 701 ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା l ଏଥିରେ କାର୍ଡ଼ିଓଲୋଜି ଡକ୍ଟର ବି ଏସ ପ୍ରସାଦ, ଶିଶୁ ରୋଗ ବିଶେଷଜ୍ଞ କେଦାର ନାଥ ମିଶ୍ର,ସ୍ତ୍ରୀ ରୋଗ ବିଭାଗ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା,ଭେଷଜ ବିଭାଗ ଡକ୍ଟର ମଧୁସୂଦନ ପଣ୍ଡା,ଡକ୍ଟର ଶିବ ପ୍ରସାଦ ପଣ୍ଡା , ଦନ୍ତ ବିଭାଗ ଡକ୍ଟର ମଧୁସ୍ମିତା ପାଠକ , ଡକ୍ଟର ପୂର୍ବକାନ୍ତ ଆଚାର୍ଯ୍ଯ ରୋଗ ମାନଙ୍କୁ ଚିକିତ୍ସା କରିଥିଲେ lଏହି କାର୍ଯକ୍ରମକୁ ଟାଟାଷ୍ଟିଲ ସ୍ଵ୲ସ୍ଥ୍ୟ ଅଧିକାରୀ ନରସିହ ସାହୁ ପରିଚାଳନା କରିଥିବା ବେଳେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି,ଉପାଧକ୍ଷ୍ଯ ଭ୍ରମର ବର ଭୂୟାଁ , ସରପଞ୍ଚ ସମିତି ସଭ୍ୟ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଟାଟା ଷ୍ଟିଲ କର୍ମଚାରୀ ସହଯୋଗ କରିଥିଲେ l ଏଥି ସହିତ ବିଧାୟିକା କେ. ବରିଡ଼ା ପଞ୍ଚାୟତର ବିରିବାଟିଆ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ l ଗ୍ରାମ୍ୟ ଉନ୍ନୟନ ବିଭାଗ (ରାମସା) ପକ୍ଷରୁ 75 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୃହ ନିର୍ମାଣ ହୋଇଥିଲା l ଏଥିରେ ଜୀଲା ପରିଷଦ ସଦସ୍ୟl ଗୀତାଞ୍ଜଳି ଭୂୟାଁ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରଧାନ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

Advertisement