Monday, November 23, 2026
ADVERTISEMENT
Home ଆଞ୍ଚଳିକ ଗୃହ ଓ ନଗର ଉନ୍ନୟନ ଅତିରିକ୍ତ ସଚିବଙ୍କ ଏନଏସି ପରିଦର୍ଶନ

ଗୃହ ଓ ନଗର ଉନ୍ନୟନ ଅତିରିକ୍ତ ସଚିବଙ୍କ ଏନଏସି ପରିଦର୍ଶନ

326
ADVERTISEMENT

କୋଦଳା,୧୩।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ଶୁକ୍ରବାର ଦିବା 12ଘଣ୍ଟ ସମୟ ରେ ଓଡିଶା ସରକାରଙ୍କ ଗ୍ରୁହ ଓ ନଗର ଉନ୍ନୟନ ସଚିବ /ସହରାଞ୍ଚଳ ଗୃହ ମିସ୍ସନର ମିସ୍ସନ ନିର୍ଦ୍ଦେଶକ ବିଭିନ୍ନ ଉନ୍ନୟନ କାର୍ଯର ସମିକ୍ଷ୍ଯା କରିବା ସହିତ ନିର୍ମାଣ୲ଧୀନ ଆବାସ ଘରର କାର୍ଯ୍ୟ ବୁଲି ଦେଖିଥିଲେ ୲ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯାଳୟରେ ପହଞ୍ଚିବା ପରେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସହିତ ଆବାସ ଗୃହ ଉପରେ ଆଲୋଚନା କରିବା ପରେ ନିର୍ମାଣଧୀନ ଆବାସ ଘର ଦେଖିବା ନିମନ୍ତେ ବାହାରି ଥିଲେ ୲ ପ୍ରଥମେ 13ନମ୍ବର ଓ୍ଵାର୍ଡ ବସ୍ତି ଅଞ୍ଚଳକୁ ଯାଇ ଭୂମିହୀନ ପରିବାର ନିର୍ମାଣ କରିଥିବା ଆବାସ ଘର ଦେଖିବା ସହିତ କେତେ ଟଙ୍କା ପାଇଛନ୍ତି ,ନଗଦ ନା ଏକାଉଣ୍ଟରେ , କିଏ ଲାଞ୍ଚ ନେଇଛନ୍ତି କି ପଚାରି ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ ୲ ଧାର୍ଯ୍ୟ ସମୟରେ କାମ ସାରି ପ୍ରୋଛାହନ ରାଶି ପାଇବା ପାଇଁ ପରାମର୍ଶ ଦେଇଥିଲେ ୲ ପରେ ପରେ ଓ୍ଵାର୍ଡ ନମ୍ବର 4 ବାଉରି ସାହି ଠାରେ ଆବାଶ ଘର ଦେଖି ଖୁଶି ବ୍ୟକ୍ତ କରିଫେରିଥିଲେ ୲ ଯିବା ସମୟରେ ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରକୁ ଯାଇ ତାର କ୍ଵାଲିଟି ଯାଞ୍ଚ କରି ପାଖରେ ଭୋଜନ କରୁଥିବା ଲୋକ ମାନଙ୍କୁ ପଚାରି ବୁଝି ସନ୍ତୋଷ ବ୍ୟକ୍ତ କରିଥିଲେ ୲ଏହି କାର୍ଯକ୍ରମରେ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ,ଆବାସ ଯୋଜନା ଜିଲ୍ଳା ସନ୍ଜୋଜକ ଦିବ୍ୟ ରଞ୍ଜନ, ବିଭାଗୀୟ କର୍ମଚାରୀ ବିପିନ ବିହାରୀ ବିଶୋଇ , ତର୍ବେଷ ଖାନ , ସ୍ଵପ୍ନ କୁମାର ସାହୁ ,ପ୍ରମୁଖ ଉପସ୍ଥିତ ଥିଲେ ୲

Advertisement