Monday, November 23, 2026
ADVERTISEMENT
Home ଆଞ୍ଚଳିକ ପାହାଡ ଚଢିଲେ, ଲୋକକଂ ସହ ମିଶି ତାଙ୍କ ଦୁଖଃ ବୁଝିଲେ

ପାହାଡ ଚଢିଲେ, ଲୋକକଂ ସହ ମିଶି ତାଙ୍କ ଦୁଖଃ ବୁଝିଲେ

507
ADVERTISEMENT

ବ୍ରହ୍ମପୁର,୧୩।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି ଲୋକକଂ ସମସ୍ୟା ବୁଝୁଛନ୍ତି ତାହା ପୁଣି କାଯ୍ୟକାରୀ କରି। ଏବେ ପୁଣି ଜିଲ୍ଲାର ଉପାନ୍ତ ଅଞ୍ଚଳ ବୋଲାଉଥିବା ସୋରଡା ବ୍ଲକ ଅନ୍ତର୍ଗତ ବଡଗଡର ବିଭିନ୍ନ ଉପାନ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ ବିଜୟ ଅମୂତା କୂଲାଙ୍ଗେ । ପାହାଡ ଚଢି ଲୋକକଂ ସହ ମିଶିଲେ କିପରି ଯାତାୟତ କରୁଛନ୍ତି ,କେଉଁ ପାଣି ପିଉଛନ୍ତି ତାହାବି ତଦାରଖ କଲେ । ଗାଁ ମଝିରେ ଲୋକକଂ ସହ ପାଲ ପକାଇ ତଳେ ବସି ସମସ୍ୟା ଶୁଣିଲେ। ବଡଗଡ ନିକଟସ୍ଥ ଶଗଡବସା ପରି ଉପାନ୍ତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକ ଓ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ପାହାଡିଆ ଅଞ୍ଚଳ ନିଜ ପାଦରେ ଚାଲିଯିବା ସହ ସେଠାକାର ବିଭିନ୍ନ ସମସ୍ୟା ବୁଲି ଦେଖିଛନ୍ତି । ଏହି ସମୟରେ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟା ଜଣାଇଥିଲେ ଏବଂ ଏହାକୁ ଯଥାଶ୍ରୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ୫ଟି ଓ ମୋ ସରକାର ଯୋଜନା ଫଳରେ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍କୁଲ,କଲେଜ,ବାଳାଶ୍ରମ ଓ ବିଭିନ୍ନ ଦୁର୍ଗମ ଅଞ୍ଚଳ ପରିଦର୍ଶନ କରିବା ସହ ସମସ୍ୟା ବୁଝି ଦେଖିବାକୁ ମିଳୁଛି ।

Advertisement