ବ୍ରହ୍ମପୁର,୧୩।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ଦିଗପହଣ୍ଡି ବ୍ଲକର ଜଣେ ସରପଞ୍ଚ ମୋ ସରକାର ଛାଟରେ ନିଲମ୍ବିତ ହେଲେ ପରେ ବ୍ଲକ ଅଧକ୍ଷଙ୍କ ବିରୋଧରେ କିଛି ସମିତିସଭ୍ୟ ଅନାସ୍ଥା ପାଇଁ ବାହାରିଥିବା ଖବର ଚାରିଆଡେ ଚର୍ଚ୍ଚା ଲାଗିଥିଲା । ପୁଣି ଅଧକ୍ଷଙ୍କ ବିରୋଧରେ ମେଳି ହୋଇଥିବା ସମିତି ସଭ୍ୟ ମାନଙ୍କ ପ୍ରତିକ୍ରିୟାରେ କିଛି ପଟ୍ଟ ପରିବର୍ତ୍ତନର ଆଭାସ ମିଳିଛି । ଦିଗପହଣ୍ଡି ବ୍ଲକର ବିଜେଡ଼ି ନେତା ନିରଞ୍ଜନ ରେଡ୍ଡୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମ ଦିଗପହଣ୍ଡି ବିଜେଡ଼ିରେ କୌଣସି ଫାଟ ସୃଷ୍ଟି ହୋଇନି ଆମେ ସମସ୍ତେ ଗୋଟିଏ ଡୋରିରେ ବନ୍ଧା । ଗତ ବୁଧବାର ଦିନ ଏକତ୍ରିତ ହୋଇଥିବା ସମିତି ସଭ୍ୟ ଓ କିଛି ବିଜେଡ଼ି ନେତା ସଂଗଠିତ ହୋଇ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।
ଉକ୍ତ ସଭା ସ୍ଥଳୀରେ କିଛି ସମିତି ସଭ୍ୟ ନିଜ ପ୍ରତିକ୍ରିୟା କରିଥିଲେ ଯେ ଦିଗପହଣ୍ଡି ବ୍ଳକ ଅଧକ୍ଷ ସେମାନଙ୍କୁ ଅଣଦେଖା କରିଛନ୍ତି ଏବଂ କୌଣସି ଉନ୍ନତିମୂଳକ କାର୍ଯ୍ୟରେ ସେମାନଙ୍କ ସହଯୋଗ ଲୋଡୁନାହାନ୍ତି । ଏହି ସମସ୍ତ ବିଷୟ ସେମାନଙ୍କ ଉପାଧ୍ୟକ୍ଷ ପ୍ରତିନିଧି ନିରଞ୍ଜନ ରେଡ୍ଡିଙ୍କୁ ଅଭିଯୋଗ କରିଥିଲେ । ଏହାର ପ୍ରତିକ୍ରିୟାରେ ନିରଞ୍ଜନ କହିଥିଲେ ଯେ ଏ ସମସ୍ତ ବିଷୟ ସେ ଅଧକ୍ଷ ବିପିନ ପ୍ରଧାନଙ୍କୁ ଗୋଚର କରିବେ ଏବଂ ଏହାର ସମାଧାନର ପନ୍ଥା ନିରୂପଣ କରିବେ ବୋଲି ସମସ୍ତଙ୍କୁ ପ୍ରତିଶୃତି ଦେଇଥିଲେ। ନିରଞ୍ଜନ ନିଜେ କହିଥିଲେ ଯେ ସେ ଅଧକ୍ଷ ବିପିନ ପ୍ରଧାନଙ୍କ ସେ ରାଜନୈତିକ ଅନୁଗତ ଏବଂ ତାଙ୍କୁ ଉପାଧକ୍ଷ କରିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଛି ତେଣୁ ସେମାନଙ୍କ ମଧ୍ୟରେ କୌଣସି ମନାନ୍ତର କିମ୍ବା ମତାନ୍ତର ନାହିଁ ବୋଲି ସ୍ୱଷ୍ଟ କରିଥିଲେ ନିରଞ୍ଜନ । ଆଗାମୀ ଦିନରେ ଏନେଇ ସେମାନଙ୍କ ମଧ୍ୟରେ ଏକ ମିଳିତ ବୈଠକ ଡକାଯିବ ବୋଲି ପ୍ରକାଶ କରିଛନ୍ତି ନିରଞ୍ଜନ ରେଡ୍ଡୀ ।
















