ବ୍ରହ୍ମପୁର,୧୩।୧୨(ଡି.ଏଚ/ଇ.ରଞ୍ଜନ ) : ଭାରତୀୟ ସମ୍ବିଧାନ ତଥା ଦଣ୍ଡଵିଧି ଆଇନର ମୂଳ ଭିତ୍ତି ଏହା ଯେ “ହଜାରେ ଦୋଷୀ ପଛେ ଖସି ଯାହାନ୍ତୁ, ମାତ୍ର ଜଣେ ନିର୍ଦୋଷବ୍ୟକ୍ତି ଦଣ୍ଡ ନପାଉ”
ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ୨00୮ ଅଗଷ୍ଟ ୨୩ ଜନ୍ମlଷ୍ଟମି ରାତ୍ରି ରେ କନ୍ଧମାଳ ଜିଲ୍ଲାର କଲେସ ପଠାରେ ରହସ୍ୟଜନକ ହତ୍ୟାକାଣ୍ଡର ବିଷୟ ନେଇ ମିଥ୍ୟା ମକଦ୍ଧମା ବିରୋଧି ଅଭିଯାନ ସଙ୍ଘ ଓ ସେହି ୭ଜଣ ଭାସ୍କରସୁନାମାଝୀ,ମୁଣ୍ଡାବଡ଼ମାଝୀ, ଗରନାଥ ଚାଲାଣ ସେଠ,ବିଜୟ ସାନ ସେଠ, ଦୁର୍ଯ୍ୟୋଧନ ସୁନାମାଝୀ,ସନାତନ ବଡ଼ମାଝୀ,ଓ ବୃଦ୍ଧଦେବ ନାୟକ ଏବଂ ତାଙ୍କ ପରିବାର ବର୍ଗ ଆଜି ବ୍ରହ୍ମପୁର ଅଭିନନ୍ଦନ କଲ୍ୟାଣ ମଣ୍ଡପରେ ସଙ୍ଘ ତରଫରୁ ସାମ୍ବାଦିକ ସମ୍ମିଳନୀରେ ଓଡିଶା କନ୍ଧମାଳ ୭ଜଣ ନିର୍ଦୋଷଙ୍କୁ ନ୍ୟାୟ ପାଇଁ ଅଭିଯାନ ତରଫରୁ ଦାବି କରିଛନ୍ତି l ଏହି ହତ୍ୟା ମାମଲାରେ ୨00୮ମସିହା ଗିରଫ କରି ୨0୧୩ରେ ଏମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହଇପାରେ ସୁପ୍ରିମକୋର୍ଟରୁ ଜାମିନରେ ମୁକ୍ତ ହଇଥିବା ୭ଜଣ ଏବଂ ପରିବାରର ପତ୍ନୀଙ୍କ ସହ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି , ସାମ୍ବାଦିକ ଆଣ୍ଟ ଆକାରା, ପରିବେଶ ନିମନ୍ତେ ଗ୍ରୀନ ନୋବେଲ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ଯୋଗଦେଇ ଦୋଷମୁକ୍ତ ନିମନ୍ତେ ଗଣମାଧ୍ୟମ ଜୋରିଆରେ ନିବେଦନ କରିଥିଲେ।

















