Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାର ସମସ୍ତ ସ୍କୂଲ ବସ ଗୁଡିକ ବ୍ୟାପକ ତନଖି କରାଯାଉ : ପ୍ରଗତିଶୀଳ ଉତ୍କଳ ସମାଜ...

ଜିଲ୍ଲାର ସମସ୍ତ ସ୍କୂଲ ବସ ଗୁଡିକ ବ୍ୟାପକ ତନଖି କରାଯାଉ : ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଜିଲ୍ଲାପାଳ ନିକଟରେ ଅଭିଯୋଗ

515
ADVERTISEMENT

ବ୍ରହ୍ମପୁର,୧୨/ ୧୨(ଡି.ଏଚ୍/ସଞ୍ଜୟ ପଟନାୟକ ) : ବ୍ରହ୍ମପୁର ସହର ତଥା ଗଂଜାମ ଜିଲ୍ଲାରେ ବେନିୟମ ଭାବେ ସହସହ ସ୍କୂଲ ବସ ଯାତାୟାତ କରୁଛି । ଫଳରେ ଛାତ୍ର ଛାତ୍ରୀଙ୍କ ସ୍କୂଲ ବସରେ ଯାତାୟାତ ସମୟରେ ବହୁ ଦୁର୍ଘଟଣା ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ଅଚରଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସ୍କୂଲବସ “ପଲିସି-2016” ଅନୁଯାୟୀ ସ୍କୂଲ ଆର୍ତ୍ତୟପକ୍ଷଙ୍କ ମନମୁଖୀ କାରବାର ଯାଗୁଁ ଏକ ଦୃଢ଼ ଆଇନ୍ ର ବ୍ୟବସ୍ଥା କରିଛନ୍ତି l ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସ୍କୂଲବସ ଗୁଡିକୁ ବ୍ୟପକ ଭାବେ ତନଖି କରାଯାଉଛି l ଏହି ପରିପ୍ରେକ୍ଷୀରେ ପ୍ରଗତିଶିଳ ଉତ୍କଳ ସମାଜ ଓ ମାନବ ଅଧିକାର ଜାତୀୟ ଫୋରମ ତରଫରୁ ଗଂଜାମ ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗକୁ ଗ୍ରହଣ କରି ଦୃଢ଼ କାର୍ଯ୍ୟନୁଷ୍ଠାନ କରାଯାଉ , ସ୍କୂଲ କର୍ତ୍ୟୁପକ୍ଷଙ୍କ ନିକଟକୁ ପତ୍ର ଦ୍ୱାରା ଅନୁପାଳନ କାର୍ଯ୍ୟନୁଷ୍ଠାନକୁ ପ୍ରଗତିଶୀଳ ଉତ୍କଳ ସମାଜ ଓ ମାନବ ଅଧିକାର ଫୋରମ୍ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି l ଯାହାକି ସ୍କୂଲ ବସ ଯାତାୟାତ ସମୟରେ ବସ୍ ରେ ସିସି କେମେରା, ଜିଏମଏସର ବ୍ୟବସ୍ଥା, ଫାଷ୍ଟଏଇଡ, ପାନୀୟ ଜଳ , ସ୍କୂଲ ବସର କ୍ଷମତା ଅନୁଯାୟୀ ବସ ବାହାରେ ସଂଖ୍ୟାଗତ ସାଇନବୋର୍ଡ଼ ଓ ବସ୍ ର କ୍ଷମତା ଅନୁଯାୟୀ ଛାତ୍ର ଛାତ୍ରୀମାନଙ୍କୁ ଯାତାୟାତର ବ୍ୟବସ୍ଥା କରିବା ସହ ସ୍କୂଲବସ ଯିବା ଓ ଆସିବା ସମୟରେ ଯେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ଗାଇଡ଼ ଭାବରେ ବସ୍ ରେ ଯିବା ବ୍ୟବସ୍ଥା ଥିବା ବେଳେ କୌଣସି କାର୍ତ୍ୟୁପକ୍ଷ ଉକ୍ତ ନିୟମକୁ ପାଳନ କରୁନଥିବା ପରିପ୍ରେକ୍ଷୀରେ ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ମାନବ ଅଧିକାର ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ବିଭାଗୀୟ କାର୍ତ୍ୟୁପକ୍ଷଙ୍କ ନିକଟରେ ଦୃଢ଼ଦାବି କରିବା ସହ ଆରଟିଓ, ଟ୍ରାଫିକ ଅଧିକାରୀ ଓ ଶିକ୍ଷା ବିଭାଗର ମିଳିତ ସମନ୍ୱୟ ଭିତ୍ତିକ ପଦକ୍ଷେପ ଗ୍ରହଣ କରି ବେଆଇନ ଭାବେ ସ୍କୂଲ ବସ ଯାତାୟାତ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ କରାଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ତଥା ଆଇନଜୀବୀ ପି.କେ.ମିଶ୍ର ନଗର ସମ୍ପାଦକ ଉମାକାନ୍ତ ନାୟକ ସଂଯୋଜକ ଜିତେନ୍ଦ୍ର କୁମାର ମୁନି ଉପଦେଷ୍ଠା ବଳରାମ ଦାସ ପ୍ରମୁଖ ଯୋଗ ଦେଇଥିଲେ l

Advertisement