କୋଦଳା,୧୨/୧୨(ଡି.ଏଚ୍/ହିମାଂଶୁ ପାଢ଼ୀ ) : ଗୁରୁବାର ଦିବା ୧୧ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଳା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଅଚାନକ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପହଞ୍ଚି କିଛି ସମୟ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରାଙ୍କ ସହିତ ଆଲୋଚନା କରିବା ପରେ ହୋଇଥିବା ଏବଂ ହେବାକୁ ଥିବା ପ୍ରକଳ୍ପ ଗୁଡିକୁ ଦେଖିବା ନିମନ୍ତେ ବାହାରିଥିଲେ ୲ ପ୍ରଥମେ କୋଦଳା ଆରାଧ୍ୟ ଦେବତା ବାବା ଦଣ୍ଡୀଶ୍ଵର ମହାଦେବ ମନ୍ଦୀରରେ ପହଞ୍ଚି ପ୍ରଭୁଙ୍କୁ ଦର୍ଶନ କରି ନିକଟରେ ଉନ୍ନତି ଯୋଜନାରେ 14 ଲକ୍ଷ୍ୟ ଅଟକଳ ମୂଲ୍ୟରେ ନିର୍ମିତ ହୋଇଥିବା ଫେବର ରୋଡ଼ ଦେଖିବା ସହିତ ଆଗକୁ ହେବାକୁ ଥିବା ଦଣ୍ଡୀଶ୍ଵର ପୋଖରୀ ହୁଡାରେ ସ୍ମାର୍ଟ ପାର୍କ , ସ୍ମାର୍ଟ ଶ୍ମଶାନ ଗ୍ରୁହ,ତହସିଲ କାର୍ଯାଳୟ ନିକଟରେ ବିଧାୟିକାଙ୍କ ଦ୍ଵାର ଶୁଭ ଦିଆଯାଇଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଚିହ୍ନଟ ସ୍ଥାନ ପରିଦର୍ଶନ କରିଥିଲେ ୲ ଅତିଶୀଘ୍ର ଉକ୍ତ କାର୍ଯ୍ୟ ସମାପନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ୲ ଏନଏସି ପରିସୀମା ମଧ୍ୟରେ ଚିତ୍ତବିନୋଦନ ପାଇଁ ଏକ ପାର୍କ ନ ଥିବାରୁ ପୁରୁଣା ଜୈଲ କୁ ଭାଙ୍ଗି ଉକ୍ତ ଯାଗାରେ ଏକ କୋଟି ଟଙ୍କା ପର୍ଯନ୍ତ ଅଟକଳ ମୂଲ୍ୟରେ ଗୋଟିଏ ପାର୍କ କରିବା ପାଇଁ ପରାମର୍ଶ ଦେଇଥିଲେ ୲ ଉକ୍ତ ଜୈଲ କୁ ଏନଏସିକୁ ହସ୍ତାନ୍ତର କରିବା ନିମନ୍ତେ ତହସିଲଦାରଙ୍କୁ ସହିତ ଆଲୋଚନା କରି କୁହାଯିବ ବୋଲି ପିଡି ପ୍ରକାଶ କରିଥିଲେ ୲ ତତ ସହିତ କାର୍ଯକ୍ଷମ ଥିବା କୋଦଳା ବିଜ୍ଞାପିତ ଅଞ୍ଚଳ କାର୍ଯାଳୟକୁ ତୁରନ୍ତ ଭାଙ୍ଗି ଏକ ନୂତନ କାର୍ଯାଳୟ ଗ୍ରୁହ ନିର୍ମାଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ୲ଏହି କାର୍ଯକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ଶତପଥୀ ,ଏନଏସି କର୍ମକର୍ତ୍ତା ଉଦୟ ନାଥ ସାହୁ , ଦ୍ଵାରିକା ନାଥ ପାଢୀ , ସନ୍ତୋଷ କୁମାର ପଣ୍ଡା , ରାଜେନ୍ଦ୍ର କୁମାର ସାହୁ , ହରିଶ ଚନ୍ଦ୍ର ରାଉଳ , ସ୍ଵପ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ୲
















