ବ୍ରହ୍ମପୁର,୧୨/ ୧୨(ଡି.ଏଚ୍ /ଗୁରୁପ୍ରସାଦ ) : ଗଂଜାମ ଜିଲ୍ଲାର ସମସ୍ତ ଉପନିବନ୍ଧକ କାର୍ଯ୍ୟାଳୟରେ ନୂତନ ନିୟମ ହୋଇଛି ଯେ ଦଲିଲ ଅଧିକରୀ ଅର୍ଥାତ ମାଲିକ ନାମରେ ପଟା ଥିଲେ ହିଁ ବିକି ପାରିବେ ନଚେତ ପଟ୍ଟା କଲା ପରେ ହିଁ ବିକି ପାରିବ ବୋଲି ଉପନିବନ୍ଧକ କାର୍ଯ୍ୟଳୟ ତରଫରୁ ପ୍ରକାଶ ପାଇଛି । ଏହା ପୂର୍ବରୁ ଲିଙ୍କ ଅର୍ଥାତ ପଟ୍ଟାଦାର ଏବଂ ସମସ୍ତ ସମ୍ବନ୍ଧୀୟ ଦଲିଲ ଥିଲେ ବିକା କିମ୍ବା କିଣା ରେଜିଷ୍ଟ୍ରସନ ହୋଇପାରୁଥିଲା କିନ୍ତୁ ଏହି ନୂତନ ନିୟମ ଦୀର୍ଘ ଦଶ ଦିନ ହେବ କାର୍ଯ୍ୟକାରୀ କରାଯାଇଛି । ଉପଭକ୍ତାଙ୍କ କୌଣସି ଅତ୍ୟାବଶ୍ୟକ କାମ ପଡ଼ିଲେ ଅର୍ଥାତ କାହାର ବାହାଘର କିମ୍ବା କୌଣସି ମେଡିକାଲ ସମ୍ବନ୍ଧୀୟ କାର୍ଯ୍ୟ ପଡିଲେ ଦୁଃଖରେ ଭାଙ୍ଗି ପଡୁଛନ୍ତି । ଏହି ପ୍ରକାର ଅବସ୍ଥାରେ ଲୋକଙ୍କ ପରିସ୍ଥିତ କଣ ହେବ ସେ ବିଷୟରେ ସରକାର ଚିନ୍ତା କରିବା ଆବଶ୍ୟକ ।
















