Monday, November 23, 2026
ADVERTISEMENT
Home ଆଞ୍ଚଳିକ ବିପଦରେ କୃଷ୍ଣସାର ମୃଗ. ବନବିଭାଗର ଅପାରଗତା ପାଇଁ ଅକାଳରେ ମରୁଛନ୍ତି ହରିଣ ଓ କୃଷ୍ଣସାର..

ବିପଦରେ କୃଷ୍ଣସାର ମୃଗ. ବନବିଭାଗର ଅପାରଗତା ପାଇଁ ଅକାଳରେ ମରୁଛନ୍ତି ହରିଣ ଓ କୃଷ୍ଣସାର..

291
ADVERTISEMENT

କବିସୂର୍ଯ୍ୟନଗର,୧୨/ ୧୨(ଡି.ଏଚ୍ /ପ୍ରଫୁଲ ସାବତ ) : କବିସୂର୍ଯ୍ୟନଗର ସହର ଉପକଣ୍ଠ ଆମ୍ବଶିକରପୁର ଇଲାକାରେ ଦୈନିକ ଅକାଳରେ ମରୁଛନ୍ତି କୃଷ୍ଣସର । ଜଙ୍ଗଲରେ ଦିନ ସାରା ଶହ ଶହ ମୃଗ ପଡିଆରେ ବିଚରଣ କରିବା ପରେ ସମୟେ ସମୟେ ଅକାଳ ମୃତ୍ୟୁ ହେଉଛି । ଏମିତି କି ଆଜି ସକାଳୁ ଗୋଟେ କୃଷ୍ଣସାରର ମୃତ ଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଥିଲା । ବନବିଭାଗକୁ ଖବର ଗଲା, ଘଟଣା ସ୍ଥଳରେ ବିଭାଗୀୟ କର୍ମଚାରୀ ପହଁଚି ଥିଲେ ମଧ୍ୟ ଜଙ୍ଗଲ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧୀନରେ ଯାଉଥିବାରୁ, ଘୁମୁସର ବନବିଭାଗ କର୍ମଚାରୀ ମୃତ ଦେହକୁ ଛାଡି ଫେରିଥିଲେ । ଏବଂ ସେ କହିବା ପ୍ରକାରେ ପୁରୁଷୋତ୍ତମ ସେକ୍ସନ, ଖଲିକୋଟ ବନାଞ୍ଚଳ ଏରିଆରେ ପଡିଛି କୃଷ୍ଣସାର, ଏଣୁ ଖଲିକୋଟ ରେଂଜେରଙ୍କ ଦାୟିତ୍ୱ ବୋଲି କହି ଫେରିଥିବା ଦେଖିବାକୁ ମିଳିଥିଲା ।
ଦୀର୍ଘ ସମୟ ଧରି ପଡ଼ିରହିଛି କୃଷ୍ଣସାରର ମୃତ ଦେହ, କୁକୁର, ବିଲୁଆ ଖଉଛନ୍ତି.,ତଥାପି ବନବିଭାଗର ଏରିଆ ଅପରେସନର ସିମା ନିର୍ଦ୍ଧାରଣକୁ ନେଇ ଶବ ଛାଡି ଫେରିବା ଉଦବେଗ ଦେଖା ଦେଇଛି. କୃଷ୍ଣସାର ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଖଲିକୋଟ ବନାଞ୍ଚଳ ଅଧିକାରୀଙ୍କ ଦାୟିତ୍ୱ ହୀନ କାର୍ଯ୍ୟ ସରକାରଙ୍କ ପାଇଁ ଚାଲେଞ୍ଜ ଶୃଷ୍ଟି କରୁଛି, ଏଠି ପ୍ରଶ୍ନ ଉଠୁଛି କିଏ ନେବ କୃଷ୍ଣସାରର ମୃତ ଦେହ?, ପଡିରହିଥିବା ଶବ ଗାଏବ ହେଲେ ଦାୟୀ କିଏ ରହିବ , କାହା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ? ଏଣୁ କେତେ ସମୟ ପଡ଼ିରହୁଛି ଶବ କିଏ ଉଦ୍ଧାର କରି ବ୍ୟବଛେଦ କରିବ ଦେଖିବାକୁ ବାକି ରହିଲା..

Advertisement