Monday, November 23, 2026
ADVERTISEMENT
Home ଆଞ୍ଚଳିକ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

263
ADVERTISEMENT

ନୂଆପଡା (ଡି.ଏଚ୍ / ମନୋଜ କୁମାର ରଣା) ; ନୂଆପଡା କୋମନା ବ୍ଲକ ଝାଲତୁସୁମ ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ସୂଚନା ପ୍ରକାରେ କୋମନା ବ୍ଲକ ଝାଲତୁସୁମ ଗାଁ ରେ ତ୍ରିଲୋଚନ ମାଝୀଙ୍କ ଘର ପାଖକୁ ଲଖୀଧର ସାହୁ ଯାଇ ସେଠାରେ ତାଙ୍କ ଧର୍ମପତ୍ନୀଙ୍କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ତାଙ୍କୁ ହାଣିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡ ବିଷୟରେ ଗ୍ରାମବାସୀ କୋମନା ପୋଲିସ୍ କୁ ଖବର ଦେଇଥିଲେ । ଘଟଣାର ଖବର ପାଇ ପୋଲିସ୍ ପହଂଚି ମୃତ ଦେହ ଜବର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ଅନ୍ୟପଟେ ପୋଲିସ୍ ଲଖୀଧର ସାହୁଙ୍କୁ ନିଜ ହେପାଜତ୍ କୁ ନେଇ ରଦନ୍ତ କରୁଥିବା ଜଣାପଡିଛି ।

Advertisement