ଆସିକା (ଡି.ଏଚ୍/ଗୁରୁପ୍ରସାଦ) : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଧେଶ କ୍ରମେ ଆସିକା ଉପକଣ୍ଠ ଚିକିତ୍ସାଳୟରେ ନୂତନ ଭାବେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶଷଜ୍ଞ ଭାବେ ଅଭିଜ୍ଞ ତଥା ବରିଷ୍ଠ ଡ଼ାକ୍ତର ମୋହନ ବାରିକ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆସିକା ଉପକଣ୍ଠ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଗର୍ଭବତୀ ମାନଙ୍କୁ ଆହୁରି ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଅଛି । ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉଚ୍ଚ କତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଅନ୍ୟାନ୍ୟ ଡାକ୍ତର ପଦବୀଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଛି ।
















