ପିପିଲି (ଡି.ଏଚ୍/ଜି/ପି.ପଟ୍ଟନାୟକ) : ପିପିଲି ବ୍ଲକରେ ନୂତନ ବିଡିଓ ଭାବେ ଆଜି ଡଃ ଗୌରବ ମୟ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଖଣ୍ଡପଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିଲେ । ସେ ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଲା ପରେ ବ୍ଲକର ସମସ୍ତ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
















