Monday, November 23, 2026
ADVERTISEMENT
Home ଆଞ୍ଚଳିକ ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

298
ADVERTISEMENT

ବାଲେଶ୍ବର (ଡି.ଏଚ୍‌/ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାଇବର ନିଉଜ ସାମ୍ବାଦିକ ପଦ୍ମଲୋଚନ ଦାସଙ୍କ ମାତା ମିଟ ଦାସଙ୍କର ଆଜି ମୃତ୍ୟୁ ହୋଇଯାଇଛି । ପ୍ରକାଶ ଥାଉକି ଉକ୍ତ ଥାନା ଅଧିନ ଖଇରା ପଞ୍ଚାୟତ ଆଳଦା ଗ୍ରାମର ମିଟ ଦାସ ବୟସାଧିକ ହେତୁ ଦୀର୍ଘଦିନ ହେବ ବିଛଣାରେ ପଡି ରହିଥିଲେ । ଯାହା ଫଳରେ ଖାଇବା ପିଇବା ତାଙ୍କର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଆଜି ହଠାତ୍ ସପରିବାରକୁ ଭସାଇଦେଇ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ୮୬ ବର୍ଷ ବୟସ ହୋଇଥିବା ବେଳେ ୩ ପୁଅ ୧ଝିଅ ସହିତ ନାତି ନାତୁଣୀ ଅଛନ୍ତି । ମୃତ୍ୟୁ ଶର୍ଯ୍ୟା ନିକଟରେ ସପରିବାର ସହିତ ବନ୍ଧୁବାନ୍ଧବ, ଆତ୍ମିୟ ସ୍ବଜନ,ଗ୍ରାମବାସୀ ଓ ମାନ୍ୟଗଣ୍ୟ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସେ ଜଣେ ସରଳ,ମିଷ୍ଟଭାସୀ,ଉଦାର ହୃଦୟେଷୁ ଓ ଧର୍ମ ପରାୟଣା ମହିଳା ହୋଇଥିବାରୁ ସପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ଖବରପାଇ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ବାସଗୃହରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

Advertisement