କୁକୁଡ଼ାଖଣ୍ଡି (ଡି.ଏଚ୍/ଇ.ରଞ୍ଜନ ) ; କୁକୁଡାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଦ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥରେ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ଏକ ସଡକ ଦୁର୍ଘଟଣାରେ ଏକ କାର ସହ ଏକ ଯାତ୍ରୀବାହୀ ବସ ଧକ୍କା ହେବାରୁ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ନୀଳକଣ୍ଠ ନାମକ ( ଓଆର-୨୦-୬୬୩୬)ନଂ ବିଶିଷ୍ଟ ଏକ ଘରୋଇ ଯାତ୍ରୀବାହୀ ବସ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା (ଓଡ଼ି-୦୨ଏନ-୮୪୪୪ )ନଂ ବିଶିଷ୍ଟ ଏକ ଇନୋଭା କାର ସହ ଧକ୍କା ହୋଇଥିଲା । ଯାହା ଫଳରେ କାର ଡ୍ରାଇଭର ଭରତ ଚନ୍ଦ୍ର ପରିଡା ଆହତ ହୋଇଥିବା ବେଳେ କାରର ସମୁଖ ପଟରୁ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ କିଛି ସମୟ ପାଇଁ ଚାପ ଉତେଜନା ଦେଖାଯାଇଥିଲା । କିନ୍ତୁ ଏହି ଘଟଣା ସମ୍ପର୍କରେ ସଦର ପୋଲିସ ଖବର ପାଇ ଏଏସଆଇ ବିନୀତ ଶତପଥୀ ଘଟଣା ସ୍ଥଳରେ ପହଁଚି ବସ ଓ କାରକୁ ଜବତ କରିବା ସହ ବସ ଡ୍ରାଇଭର ସୀମାଞ୍ଚଳ ବେହେରାଙ୍କ ବିରୋଧରେ ସଦର ଥାନାରେ ୩୩୭/୧୯ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳେଇଥିବା ନେଇ ଥାନା ଅଧିକାରୀ ସନ୍ତୋସିନି ଓରାମ ସୂଚନା ପ୍ରଦାନ କରିଛନ୍ତି
















