Saturday, November 21, 2026
ADVERTISEMENT
Home ଆଞ୍ଚଳିକ କୁଇ ସମାଜ ର ଉନ୍ନୟନ ସମିତି ବୈଠକ ରେ ଯୋଗଦେଲେ ବିଧାୟକ

କୁଇ ସମାଜ ର ଉନ୍ନୟନ ସମିତି ବୈଠକ ରେ ଯୋଗଦେଲେ ବିଧାୟକ

409
ADVERTISEMENT

ମୋହନା (ଡି.ଏଚ୍‌) ; ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଳକ ହାଇସ୍କୁଲ ପଡିଆରେ କୁଇ (କନ୍ଧ) ଉନ୍ନୟନ ସମିତି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ମୋହନା ବିଧାୟକଙ୍କ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଉପସ୍ଥିତିର ରହି ବିଭିନ୍ନ ସମସ୍ୟା ବିଷୟ ରେ ଆଲଚନା କରିଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ବିଧାୟକ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ ପରେ ପରେ ନିକଟ ଗ୍ରାମ ର ସମସ୍ୟା ବୁଲି ଦେଖିଥିଲେ କୁଇ ସମ୍ପ୍ରଦାୟକ ଲୋକ ଙ୍କ ସୁବିଧା ଅସୁବିଧା କଣ ଅଛି ପଚାରି ବୁଝିଥିଲେ ଓ ଏହି ସମସ୍ୟା ର ସମାଧାନ କୁ ନେଇ ବିଧାନସଭା ରେ ଉପସ୍ଥାପନା କରିବେ ବୋଲି ଜଣାଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ଗମାଙ୍ଗ ଜଣାଇଛନ୍ତି କି କୁଇ (କନ୍ଧ) କୁଳ ପାଇଁ ଆବାସିକ ଉନ୍ନୟନ ନିମନ୍ତି ତାଙ୍କ ନିଜସ୍ୱ ବିଧାୟକ ପାଣ୍ଠି ରେ ଅର୍ଥ ଦେବେ ବୋଲି ପ୍ରତିସୁତି ଦେଇଛନ୍ତି । ଆଦିବାସୀ କୁଇ ସଙ୍ଘ ପକ୍ଷ ରୁ ଶିକ୍ଷକ ପଦବୀ ପୂରଣ ଓ କୁଇ ସମାଜ ର ଉର୍ଣ୍ଣତି ନିମନ୍ତେ ସ୍ଥାନୀୟ କୁଇ ସମାଜ ଦାବି ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଯାକବ ମାଝୀ , ଗୋଷ୍ଟି ଉନ୍ନୟନ ଅଧିକାରୀ ବଂଶୀଧର ଖସଲା କୁଇ ସଂଘଠନ ର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement