କୋଦଳା (ଡି.ଏଚ୍/ସୂର୍ଯ୍ୟ ନାରାୟଣ ବଡୁ) ; ଗଞ୍ଜାମ ଜିଲ୍ଳା ବେଗୁନିଆପଡା ବ୍ଲକ ଶିଶୁବିକାଶ ପ୍ରକଳ୍ପ ଅଧୀନରେ ଥିବା କୋଦଳା ସେକ୍ଟର ଚାରି କେନ୍ଦ୍ର ରେ ଗତ ବୁଧବାର ଖଡୁରାସାହି କୋଠଘରେ ଗୋଦ ଭରାଇ ରସମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ବାଉରୀ ସାହି ଗୋଲାସାହି ,ଜେଲରୋଡ଼ ସାହି , ହରିଜନ ସାହି ଓ ଗଉଡ ସାହି ଅଙ୍ଗନଵାଡୀ କେନ୍ଦ୍ର ତରଫ ରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ ପ୍ରକାରେ କୋଦଳା ଗୋଲାସାହି କୋଠଘର ପରିସର ରେ “ଗୋଦ ଭରାଇ ରସମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଗର୍ଭବତୀ ମା ମାନଙ୍କୁ ନୂତନ ଅତିଥିଙ୍କ ଆଗମନ ନିମନ୍ତେ ସେମାନଙ୍କ ମନ ରେ ଖୁଶି ଅନୁଭବ କରିବା ପାଇଁ ଶିଶୁ ବିକାଶ ପ୍ରକଳ୍ପ ର ଏହି ପ୍ରୟାସ ବୋଲି ଅଙ୍ଗନଵାଡୀ କର୍ମୀ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ବାଉରି ସାହିର ତିନି ଜଣ , ଗୋଲାସାହି ର ଦୁଇ ଜଣ , ହରିଜନ ସାହି ସାହି , ଓ ଜୈଲ ରୋଡ଼ ସାହି ର ଜଣେ ଲେଖାଏଁ ଗର୍ଭବତୀ ମାଁକୁ ବସାଇ ସେମାନଙ୍କୁ ବନ୍ଦାପନା କରି ନୂତନ ଆଗନ୍ତୁକ ଙ୍କୁ ସୁଭାଶ୍ରୀବାଦ ପ୍ରଦାନ କରିଥିଲେ । ଏହି ସମୟ ରେ ମା ମାନେ ପୃଷ୍ଠିକର ଖାଦ୍ୟ ଖାଇବା ସହିତ ବିଶ୍ରାମ ନେଇ ଗର୍ଭସ୍ଥ ଶିଶୁର ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଏଏନଏମ ପ୍ରମିଳା ପାତ୍ର ଅଙ୍ଗନଵାଡୀ କର୍ମୀ ପ୍ରଭାସିନି ସେଠି ,ରଶ୍ମିତା ବେହେରା , ରଶ୍ମିତା କୁମାରି ପଣ୍ଡା ,ରନିତା ବେହେରା ସମସ୍ତ ଚାରି କେନ୍ଦ୍ର ସହାୟିକା ଙ୍କ ସମେତ ବହୁ ଗର୍ଭବତୀ ଓ ପ୍ରସୂତି ମା ମାନେ ଉପସ୍ଥିତ ଥିଲେ ।
















