Monday, November 23, 2026
ADVERTISEMENT
Home ଆଞ୍ଚଳିକ ରା.ଉଦୟଗିରି ବ୍ଳକରେ ସମିତି ବୈଠକ ଅନୁଷ୍ଠିତ

ରା.ଉଦୟଗିରି ବ୍ଳକରେ ସମିତି ବୈଠକ ଅନୁଷ୍ଠିତ

266
ADVERTISEMENT

ରା.ଉଦୟଗିରି (ଡି.ଏଚ୍‌/ସାହେବ ନାୟକ) ; ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ନାୟକଙ୍କ ତ ତ୍ୱାବଧାନରେ ପାରିଚାଳିତ ହୋଇଥିଲା । ବ୍ଳକ ଅଧ୍ୟକ୍ଷା ଅମିତା ମଣ୍ଡଳ ସଭାପତି ରୂପେ ଯୋଗଦେଇ ବୈଠକର କାର୍ଯ୍ୟକାରିତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ତାନୀୟ ମାନ୍ୟବର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଯୋଗଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଏହା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ନାୟକ, ବ୍ଳକ ଉପାଧ୍ୟକ୍ଷ ନବୀନ ରଇତ, ସହକାରୀ ନିର୍ବାହୀ ଯନ୍ତ୍ରୀ ବି ସାନୁଜ କୁମାର, ୧୧ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ, ୧୨ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ ତଥା ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଓ ସମସ୍ତ ପଂଚାୟତର ଜନ ପ୍ରତିନିଧି ଉପସ୍ଥିତ ଥିଲେ । ରା.ଉଦୟଗିରି ବ୍ଳକର ୧୭ ଗୋଟି ପଂଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ଅଟକି ରହିଥିବା ବିଭିନ୍ନ କାର୍ଯ୍ୟକୁ ଯଥାଶୀଘ୍ର ସଂପୁର୍ଣ୍ଣ କରିବା ନେଇ ବୈଠକରେ ସରପଂଚ ଓ ସମିତି ସଭ୍ୟମାନେ ଦାବି କରିଥିଲେ ।

Advertisement