Monday, November 23, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ

373
ADVERTISEMENT

ପୁରୁଷୋତ୍ତମପୁର (ଡି.ଏଚ୍‌/ସୁଦାମ ମହାରଣା ) ; ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ ଏ ଏସି ପକ୍ଷରୁ ସଚେତନତା ଭିତ୍ତିକ ଅଙ୍ଗିକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଏ ନାଗେଶ୍ବର ରାଓ ଙ୍କ ସଞ୍ଜୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସୁର୍ଯ୍ୟମଣିବୈଦ୍ୟ ,ସମ୍ମାନିତ ଅତିଥି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ,ଚିକିତ୍ସା ଅଧିକାରୀ ହୃଷିକେଶ ମହନ୍ତ, ଡାକ୍ତର ପ୍ରସନ୍ନ କୁମାର ସାହୁ ଗୋଷ୍ଠୀ ସଞ୍ଚାଳିକା ଅଞ୍ଜଳି ପାଢୀ, କନିଷ୍ଠ ଯନ୍ତ୍ରୀ ପ୍ରମୋଦିନି ମହାରଣା, ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ମହମ୍ମଦ ରାଜୀ ଉଲ୍ଲାହ, ପ୍ରମୁଖ ମଞ୍ଚାସିନ ରହିଥିଲେ । ନିର୍ବାହୀ ଅଧିକାରୀ ଶ୍ରୀ ରାଓ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକ ପାତ କରିଥିଲେ । ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ସହର ବହୁ ବୁଦ୍ଧିଜୀବୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଅଙ୍ଗାନାୱ।ଡି କର୍ମୀ,ସୁପରଭାଇଜର,ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଆଶା କର୍ମୀ, ସ୍ବଛ ସାଥୀ, ବିଜୁଯୁବବାହିନୀ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଅତିଥି ମାନେ ନିଜ ବକ୍ତବ୍ୟ ରେ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ଓ ପଲିଥିନ ସପୂଣ୍ଣ ବର୍ଜନ କରିବା, ଜଳ ଅମଳ ଉପରେ ଗୁରୁତ୍ୱ ଦେବା, ବୃକ୍ଷ ରୋପଣ, ଶକ୍ତି ସରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ । ଘର,ବ୍ୟବସାୟିକ ପ୍ରତିଷ୍ଠାନ ରୁ ବାହାରୁଥିବା ଦୈନନ୍ଦିନ ଆର୍ବାଜନା କୁ ଏଣେତେଣେ ନ ଫୋପାଡ଼ି ଅଲଗା ଅଲଗା ଡାବାରେ ରଖି ପରିଷଦ ର ମଇଳାଗାଡିରେ ଦେବା ପାଇଁ ବୁଝାଇଥିଲେ । ଜଗତଜ୍ୟୋତି ସାମଲ,ସୀତାରାମ ପଣ୍ଡା, ଅମୂଲ୍ୟ ଦାସ ଙ୍କ ସମେତ ପରିଷଦ ର କର୍ମଚାରୀ ମାନେ କାର‌୍ୟ୍ୟକ୍ରମ କୁ ପରିଚାଳନା କରିବା ରେ ସହଯୋଗ କରିଥିଲେ ।

Advertisement