Saturday, November 21, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ବ୍ଲକ ରାଜନୀତି ରେ ଘଡିକେ ଘଡି ଘୋଡ଼ା ଛୁଟିଛି

ପୁରୁଷୋତ୍ତମପୁର ବ୍ଲକ ରାଜନୀତି ରେ ଘଡିକେ ଘଡି ଘୋଡ଼ା ଛୁଟିଛି

ଅନାସ୍ଥା ଉପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ

331
ADVERTISEMENT

ପୁରୁଷୋତ୍ତମପୁର (ଡି.ଏଚ୍ / ସୁଦାମ ମହାରଣା) ;ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରାଜନୀତି କୁ ନେଇ ବର୍ତ୍ତମାନ ଘଡିକେ ଘଡି ଘୋଡ଼ା ଛୁଟିବାରେ ଲାଗିଛି । ଏହି ବ୍ଲକ ର ଅଧ୍ୟକ୍ଷ ପଦ ପାଇଁ ବିଜୁ ଜନତା ଦଳର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ବ୍ଲକ ଅଧ୍ୟକ୍ଷ ଭାବେ ଅରଖପୁର ସମିତିସଭ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା ଦାୟିତ୍ୱ ଗ୍ରହଣ କରି ଅଢେ଼ଇ ବର୍ଷ କାର୍ଯ୍ୟ କରିଥିବା ବେଳେ ଇତି ମଧ୍ୟରେ ସେ ମନମୁଖୀ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ନେଇ ଗତ ସମିତି ବୈଠକରେ ସମିତିସଭ୍ୟ ଓ ସରପଞ୍ଚ ମାନେ ହୋହାଲ୍ଲା ପାଟିତୁଣ୍ଡ କରିଥିଲେ । ଏହାର ପ୍ରଭାବରେ ସେ ଗତ ଅକ୍ଟୋବର୨୫ତାରିଖରେ ଗଞ୍ଜାମ ଜିଲ୍ଲାପାଳ ଓ ପୁରୁଷୋତ୍ତମପୁର ବିଡିଓ ଙ୍କୁ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପତ୍ର ଦେଇଥିଲେ । ପରବର୍ତ୍ତୀ ସମୟରେ ନଭେମ୍ବର ୨୦ତାରିଖରେ ସୂର୍ଯ୍ୟ ଙ୍କ ନାବାଳକ ପୁଅ ଏସପି ଓ ଜିଲ୍ଲାପାଳ ଙ୍କୁ ତାଙ୍କର ବାପାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତ ରେ ସୂର୍ଯ୍ୟ ନାରାୟଣ ଥାନାରେ ଉପସ୍ଥିତ ହୋଇ ପୁଅ ଆଣିଥିବା ଅଭିଯୋଗ ଭିତ୍ତି ହୀନ ସେ ନିଜ ଇଚ୍ଛାରେ ଅନ୍ୟ ସମିତିସଭ୍ୟ ଙ୍କ ସହ ବୁଲି ବାକୁ ଯାଇଥିଲେ । ପୁଣିଥରେ ନିଜ ମତ ବଦଳାଇବା ସହ ଗତମାସ ୨୨ତାରିଖରେ ଜିଲ୍ଲାପାଳ ଙ୍କୁ ନିଜର ଇସ୍ତଫା ପତ୍ର ଗ୍ରହଣ ନକରିବା ପାଇଁ ଲିଖିତ ଅନୁରୋଧ କରିଥିଲେ ।ଜିଲ୍ଲା ପ୍ରଶାସନ ଠାରୁ ଆଶ୍ବାସନା ପାଇ ପୁଣି ନଭେମ୍ବର୨୫ତାରିଖରେ ପୁନର୍ବାର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ମଙ୍ଗଳବାର ଦିନ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ପତ୍ର ସଖ୍ୟା ୧୧୭୦୩ ଅନୁସାରେ ଏକ ଚିଠି ଆସିଥିବା ନେଇ ବିଡିଓ ସୂଚନା ଦେଇଛନ୍ତି।ଅନାସ୍ଥା ପ୍ରସ୍ତାବ ରେ ଦସ୍ତଖତ କରିଥିବା ସମିତିସଭ୍ୟ ଓ ସରପଞ୍ଚ ଙ୍କ ଦସ୍ତଖତ କୁ ଯାଞ୍ଚ କରିବା ସହ ସରପଞ୍ଚ, ସମିତିସଭ୍ୟ, ବିଧାୟକ,ଏମ୍ ପି ଙ୍କ ଡାକ ଠିକଣା ସାତଦିନ ମଧ୍ୟରେ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି । ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ପୁରୁଷୋତ୍ତମପୁର ବିଜେଡି ବର୍ତ୍ତମାନ ଦୁଇ ଗୋଷ୍ଠୀ ରେ ପରିଣତ ହୋଇଯାଇ ଥିବାବେ ଳେ କେଉଁ ଗୋଷ୍ଠୀ ଅଧ୍ୟକ୍ଷ ପଦ ହାତେଉଛି ତାହା ସମୟ  ହିଁ କହିବ । ପୁରୁଷୋତ୍ତମପୁର ବ୍ଲକ ରାଜନୀତି ସାରା ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ କେବେ ଏହି ରାଜନୀତି ର ଜବନିକାପଡୁଛି ତାହା ଆଗାମୀ ଦିନରେ ହିଁ ଜଣିପଡିବ ।

Advertisement